ଭାରସାମ୍ୟ ହରାଇ ଓଲଟିଲା ବସ୍‌, ଚାଲିଗଲା ୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 30, 2019

ଭାରସାମ୍ୟ ହରାଇ ଓଲଟିଲା ବସ୍‌, ଚାଲିଗଲା ୨ ଜୀବନ

ଖୋର୍ଦ୍ଧା(ବଳରାମ ଲେଙ୍କା): ଭୁବନେଶ୍ୱରରୁ ଖଣ୍ଡପଡ଼ା ଅଭିମୁଖେ ଯାଉଥିବା ‘ନାରାୟଣୀ’ ନାମକ ଏକ ଯାତ୍ରୀବାହୀ ବସ୍‌ ଗତକାଲି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ପୁବୁସାହି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସ୍‌ ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ମୃତକଦ୍ୱୟ ହେଲେ ବରଫଦ ଉଲ୍ଲା ଖାନ୍ ଓ ଗୋବିନ୍ଦ ଚନ୍ଦ୍ର ପ୍ରଧାନ । ବରଫଦଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ଅଙ୍ଗାରସିଂହ ଗାଁରେ ଏବଂ ଗୋବିନ୍ଦଙ୍କ ଘର ନୟାଗଡ଼ର ଫତେଗଡ଼ରେ। ଆହତମାନଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଖବର ପାଇ ଖୋର୍ଦ୍ଧା ଟାଉନ୍‌ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବସ୍‌ଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରୁ ବସ୍‌ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାଯାଇଛି।

 



from Odisha Reporter https://ift.tt/2Uh2qfq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages