ଆଜି ଏଲ୍‌ଓସି ନିକଟବର୍ତ୍ତୀ ଅଞ୍ଚଳକୁ ଯାଇପାରନ୍ତି ରାୱତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 30, 2019

ଆଜି ଏଲ୍‌ଓସି ନିକଟବର୍ତ୍ତୀ ଅଞ୍ଚଳକୁ ଯାଇପାରନ୍ତି ରାୱତ

ନୂଆଦିଲ୍ଲୀ: ସ୍ଥଳ ସେନା ମୁଖ୍ୟ ଜେନେରାଲ୍ ବିପିନ୍ ରାୱତଙ୍କ କାଶ୍ମୀର ଗସ୍ତର ଆଜି ଦ୍ୱିତୀୟ ଦିନ। ଆଜି ବି ଏଲ୍‌ଓସି ନିକଟବର୍ତ୍ତୀ ଅଞ୍ଚଳ ଯାଇ ସୁରକ୍ଷା ବନ୍ଦୋବସ୍ତକୁ ତଦାରଖ କରିବେ ଜେନେରାଲ୍ ରାୱତ। ଏହାସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିବାର ଯୋଜନା ବି ରହିଛି।

ଗତକାଲିଠୁ ରାୱତ ଜମ୍ମୁ ଓ କଶ୍ମୀର ଗସ୍ତରେ  ଅଛନ୍ତି। ତାଙ୍କ ସହ ଚିନାର୍ କପର୍ସ କମାଣ୍ଡର ବି ରହିଛନ୍ତି। ଦୁଇ ଦିନ ତଳେ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବା ନେଇ ଖବର ମିଳିଥିଲା। ଏହାର ଠିକ୍ ପରେ ସ୍ଥଳ ସେନା ମୁଖ୍ୟ କଶ୍ମୀର ଗସ୍ତ କରିଛନ୍ତି।

ସେହିପରି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରର ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖିଛି ଭାରତୀୟ ସ୍ଥଳ ସେନା। ବାୟୁସେନା ମୁଖ୍ୟ ବି.ଏସ୍. ଧନୱା ଗୁଜରାଟ ଗାନ୍ଧୀନଗର ଗସ୍ତରେ ଯାଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିଛନ୍ତି।
କଚ୍ଛ ସେକ୍ଟରରେ ଆତଙ୍କବାଦୀଙ୍କ ସମ୍ଭାବ୍ୟ ଅନୁପ୍ରବେଶ ନେଇ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି ଧନୱା।



from Odisha Reporter https://ift.tt/2MOFgfG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages