ଦେହରେ ନିଆଁ ଲାଗିଗଲେ ସଙ୍ଗେ ସଙ୍ଗେ କ’ଣ କରିବେ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 12, 2019

ଦେହରେ ନିଆଁ ଲାଗିଗଲେ ସଙ୍ଗେ ସଙ୍ଗେ କ’ଣ କରିବେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଆଁ ବା କୌଣସି ଗରମ ଜିନିଷ ସଂସ୍ପର୍ଶରେ ଆସି ଶରୀରର କୌଣସି ସ୍ଥାନ ପୋଡ଼ି ଯିବା ଏକ ସାଧାରଣ କଥା। ତେବେ ନିଆଁରେ ପୋଡ଼ି ହୋଇ କିମ୍ୱା ବିଦ୍ୟୁତ୍ ଆଘାତରେ ଲୋକଙ୍କ ମୃତ୍ୟୁ ବି ଘଟିଥାଏ। ଶରୀରର ଯେଉଁ ଅଙ୍ଗରେ ନିଆଁ ଲାଗିଥାଏ ବା କୌଣସି ଗରମ ଜିନିଷ ପଡ଼ିଯାଏ, ଠିକ୍‌ ସମୟରେ ତା’ର ଉପଚାର କରା ନଗଲେ ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ରହିଥାଏ। ତା’ହେଲେ ଆସନ୍ତୁ ଜାଣିବା, ଯଦି ଆପଣଙ୍କର ଅବା ଆଉ କାହାର ଶରୀରର କୌଣସି ଅଙ୍ଗରେ ନିଆଁ ବା ଗରମ ପଦାର୍ଥ ସଂସ୍ପର୍ଶରେ ଆସୁଛି, ତା’ହେଲେ ସଙ୍ଗେ ସଙ୍ଗେ କ’ଣ କରିବା ଦରକାର ଏବଂ କ’ଣ ନ କରିବା ଉଚିତ୍‌। ତେବେ ତା’ପୂର୍ବରୁ ବର୍ଣ୍ଣ ବା ଜଳାପୋଡ଼ା କେତେ ପ୍ରକାରର, ତାହା ଜାଣିବାର ଆବଶ୍ୟକତା ରହିଛି।

୧. ଫ୍ଲେମ୍‌ ବର୍ଣ୍ଣ: ଶାଢ଼ୀ ବା ଡ୍ରେସ୍‌ରେ ନିଆଁ ଲାଗିଯିବାରୁ ଶରୀରର କୌଣସି ଅଂଶ ପୋଡ଼ିଯିବା

୨.ସ୍କାର୍ଲଡ୍‌ ବର୍ଣ୍ଣ: ଦେହରେ କୌଣସି ଗରମ ଜିନିଷ ପଡ଼ିଯିବା, ଯେପରିକି ଗରମ ଡାଲି, କ୍ଷୀର ବା ପିଚୁ

୩. ଇଲେକଟ୍ରିକ୍‌ ବର୍ଣ୍ଣ: ବିଦ୍ୟୁତ୍‌ ତାର ସସ୍ପର୍ଶରେ ଆସି ପୋଡ଼ି ହୋଇଯିବା

ତୁରନ୍ତ କିପରି କରିବେ ଉପଚାର

୧. ଯଦି ଫ୍ଲେମ୍‌ ବର୍ଣ୍ଣ ବା ଆପଣଙ୍କ ଶାଢ଼ୀରେ ନିଆଁ ଲାଗି ଯାଇଛି, ତେବେ ସଙ୍ଗେ ସଙ୍ଗେ ଯେଉଁ ଶାଢ଼ୀରେ ନିଆଁ ଲାଗିଛି, ତାକୁ କାଢ଼ି ଦିଅନ୍ତୁ। ଦ୍ୱିତୀୟରେ ଯେଉଁ ସ୍ଥାନ ପୋଡ଼ି ହୋଇଛି, ତାକୁ ପାଣିରେ ବୁଡ଼ାଇ ରଖନ୍ତୁ। ଯେ ପର୍ଯ୍ୟନ୍ତ ଆପଣଙ୍କ ପୋଡ଼ା ନ କମିଛି ସେ ପର୍ଯ୍ୟନ୍ତ ପାଣିରେ ତାକୁ ବୁଡ଼ାଇ ରଖନ୍ତୁ। ତା’ ପରେ ଘରେ ଯଦି କୌଣସି ଆଣ୍ଟିସେପ୍‌ଟିକ୍‌ ଅଏଣ୍ଟମେଣ୍ଟ ଅଛି ଲଗାନ୍ତୁ ଓ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।  ଯଦି ଘରେ କୌଣସି ଆଣ୍ଟିସେପ୍‌ଟିକ୍‌ ଅଏଣ୍ଟମେଣ୍ଟ୍‌ ନାହିଁ, ତା’ହେଲେ ଗୋଟିଏ ସଫା କପଡ଼ାରେ ପୋଡ଼ା ସ୍ଥାନ ଗୁଡ଼ାଇ ନିକଟସ୍ଥ ଡାକ୍ତରଖାନା ଯାଇ ଡ୍ରେସିଂ କରନ୍ତୁ। ଡ୍ରେସିଂ କରିବା ଦ୍ୱାରା ଆପଣଙ୍କର ପୋଡ଼ା ଘା’ ଶୀଘ୍ର ଶୁଖିଥାଏ।

୨. ଯଦି ସ୍କାର୍ଲଡ୍‌ ବର୍ଣ୍ଣ ହେଉଛି ବା ଆପଣଙ୍କ ଦେହରେ କୌଣସି ଗରମ ଜିନିଷ ପଡ଼ିଯାଉଛି, ତା’ହେଲେ ବି ପାଣିର ସାହାଯ୍ୟ ନିଅନ୍ତୁ। ଶରୀର ଯେଉଁ ସ୍ଥାନରେ ଗରମ ଜିନିଷ ପଡୁଥିବ, ତାକୁ ପାଣିରେ ବୁଡ଼ାଇ ରଖନ୍ତୁ। ପୋଡ଼ିଥିବା ସ୍ଥାନର ଯନ୍ତ୍ରଣା କମିବା ପରେ ପାଣିରୁ ଉକ୍ତ ଅଙ୍ଗକୁ ବାହାର କରନ୍ତୁ ଓ ପାଣିରୁ ବାହାର କରିବା ପରେ ସେଥିରେ ଆଣ୍ଟିସେପ୍‌ଟିକ୍‌ ଅଏଣ୍ଟମେଣ୍ଟ୍‌ ଲଗାନ୍ତୁ। ଏହା ପରେ ବି ଅଧିକ ପୋଡ଼ାଜଳା ହେଉଥିଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।

୩. ତୃତୀୟରେ ହେଉଛି ଇଲେକ୍ଟ୍ରିକ୍‌ ବର୍ଣ୍ଣ ବା ବିଦ୍ୟୁତ୍ ଜନିତ ପୋଡ଼ାଜଳା। ଦୈବାତ୍‌ କେହି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲେ ପ୍ରଥମେ ବିଦ୍ୟୁତ୍‌ ପ୍ରବାହକୁ ବନ୍ଦ କରିବାକୁ ବା ବିଛିନ୍ନ କରିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣଙ୍କ ଆଖପାଖରେ କୌଣସି ବ୍ୟକ୍ତିଙ୍କୁ ବିଦ୍ୟତ୍‌ ସଂସ୍ପର୍ଶରେ ଆସିଥିବା ଦେଖନ୍ତି, ତାଙ୍କୁ ସଙ୍ଗେ ସଙ୍ଗେ ହାତ ଲଗାଇ ଭିଡ଼ନ୍ତୁ ନାହିଁ। ଯେକୌଣସି ଶୁଖିଲା କାଠ, ବାଡ଼ି ବା ବାଉଁଶରେ ତାଙ୍କୁ ବିଦ୍ୟୁତ୍‌ ଠାରୁ ଅଲଗା କରିବାକୁ ଚେଷ୍ଟା କରନ୍ତୁ।

ଏହା ପରେ ଶରୀରର ଯେଉଁ ସ୍ଥାନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲା, ସେହି ସ୍ଥାନ ପୋଡ଼ିଛି କି ନାହିଁ ପ୍ରଥମେ ଦେଖନ୍ତୁ। ଯଦି ପୋଡ଼ିଥିବ ତା’ହେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଆନ୍ତୁ।

ଇଲେକ୍ଟ୍ରିକ୍‌ ବର୍ଣ୍ଣରେ ମାଂସପେଶୀ ନଷ୍ଟ ହେବାର ଆଶଙ୍କା ଅଧିକ ରହିଥାଏ। କେବଳ ଏତିକି ନୁହେଁ, ଏଥିରେ ହୃଦ୍‌ଘାତ ହେବାର ଆଶଙ୍କା ମଧ୍ୟ ରହିଥାଏ। ଏଥିପାଇଁ ଡାକ୍ତରଖାନାରେ ପ୍ରଥମେ ସେହି ବ୍ୟକ୍ତିଙ୍କର ଇସିଜି କରନ୍ତୁ।

ବିଦ୍ୟୁତ୍‌ ଆଘାତରେ ଶରୀରରେ ମାଂସପେଶୀ ଫୁଲି ଯାଏ। ଏଣୁ ଶରୀରରେ ରକ୍ତ ସଞ୍ଚାଳନ ବନ୍ଦ ହୋଇଯାଏ। ଏଥିପାଇଁ ଡାକ୍ତରଙ୍କ କହିବା ଅନୁସାରେ ଏହାର ପ୍ରାଥମିକ ଚିକିତ୍ସା କରନ୍ତୁ।

 



from Odisha Reporter https://ift.tt/2ZVaaWA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages