ନାଳରେ ବଢ଼ିଲା ପାଣି: ୩ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 12, 2019

ନାଳରେ ବଢ଼ିଲା ପାଣି: ୩ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ)।   ଲଗାଣ ବର୍ଷା ଯୋଗୁ ୩ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ। ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି ବହୁ ଲୋକ। ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇଯାଇଥିବା ବେଳେ ଗମନାଗମନ ସମ୍ଭବ ହୋଇ ପାରୁନି। ଏପରି ସ୍ଥିତି ସୃଷ୍ଟି ହୋଇଛି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକରେ।

ବ୍ଲକର ଇଚ୍ଛାପୁର ପଞ୍ଚାୟତର କୁଟୁଣିପଦର ଗ୍ରାମ ନିକଟରେ ଥିବା ନାଳରେ ବର୍ଷା ଜଳ ପ୍ରବାହିତ ଯୋଗୁଁ  ଗିରିଲିଗୁଡା,ଲୋହରାପଦର ଓ କୁଟୁଣୀପଦର ଆଦି  ୩ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି।

ଗତ ୬ ତାରିଖରୁ ଏହି ଅଞ୍ଚଳରେ ହୋଇଥିବା ଲଗାଣ ବର୍ଷାରେ ଉକ୍ତ ନାଳ ଉପରେ ଯାଇଥିବା ପୋଲଟି ଭାଙ୍ଗି ଯାଇଥିଲା। ଏଥିଯୋଗୁ ଯାନବାହନ ଯାତାୟତ କରି ପାରୁ ନ ଥିଲେ ମଧ୍ୟ  ପାଣି କମିଯିବା ପରେ ଲୋକେ ଚାଲି କରି  ଯାଇ ପାରୁଥିଲେ। ହେଲେ ଗତକାଲିଠୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁ ଉକ୍ତ ନାଳରେ ପାଣି ଉଛୁଳି ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି।

ବ୍ରିଜ ମରାମତି ହେଉ ନ ଥିବାରୁ ଯିବା ଆସିବାରେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସାଧାରଣ ଲୋକେ। ବନ୍ୟା ପାଣି କମିଲେ ଯୁଦ୍ଧକାଳୀନ ଭିତ୍ତିରେ ଏହି ବ୍ରିଜର ମରାମତି କରାଯିବ ବୋଲି ମୁନିଗୁଡ଼ା ବିଡିଓ ଦିଲୀପ କୁମାର ବେହେରା କହିଛନ୍ତି।



from Odisha Reporter https://ift.tt/2Z172Lp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages