ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନ ଠାରୁ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବାରେ ଲାଗିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଜମ୍ମୁ-କଶ୍ମୀରର ବିଭିନ୍ନ ପ୍ରାନ୍ତକୁ ଯାଇ ଡୋଭାଲ ସ୍ଥିତି ସମୀକ୍ଷା କରିବା ସହ ଏହାର ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଉଛନ୍ତି।
ନୂଆ କଶ୍ମୀର ଗତକାଲି ଇଦ୍ ପାଳନ କରିଥିଲା। ଏହି ସମୟରେ ଡୋଭାଲ ମଧ୍ୟ ସୁରକ୍ଷା ସ୍ଥିତିର ସମୀକ୍ଷାରେ ଲାଗିଥିଲେ। ହେଲେ କିଛି ସମୟ ପାଇଁ ଶ୍ରୀ ଡୋଭାଲ ସିଆରପିଏଫ୍ ଓ ଜମ୍ମୁ-କଶ୍ମୀର ପୁଲିସ୍ କର୍ମଚାରୀଙ୍କୁ ଭେଟି ସେମାନଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ। ସିଚ୍ୟୁଏସନ୍ କ୍ୟାବିନରେ ସେ ସମସ୍ତ ସୁରକ୍ଷାକର୍ମୀ ଓ ପୁଲିସ୍ଙ୍କୁ ଭେଟି ସେମାନଙ୍କ କାର୍ଯ୍ୟ ଶୈଳୀକୁ ପ୍ରଶଂସା କରିଥିଲେ।
ଜମ୍ମୁ-କଶ୍ମୀର ସ୍ଥିତି ନିୟନ୍ତ୍ରଣ ପାଇଁ ସୁରକ୍ଷାର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ ସେ ପ୍ରଶଂସା କରିଥିଲେ। ଏହାପରେ ସେ ସମସ୍ତ ସୁରକ୍ଷାକର୍ମୀଙ୍କ ସହ ମିଶି ଖାଦ୍ୟ ଖାଇଥିଲେ।
ଶ୍ରୀ ଡୋଭାଲ ଅଗଷ୍ଟ ୧୫ ଯାଏ ଜମ୍ମୁ-କଶ୍ମୀରରେ ରହି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2OSu8Qu
No comments:
Post a Comment