୫ ବର୍ଷ ହେବ ନାବାଳକଙ୍କୁ ବନ୍ଦୀ କରି ରଖିଥିଲେ ଦୁଇ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

୫ ବର୍ଷ ହେବ ନାବାଳକଙ୍କୁ ବନ୍ଦୀ କରି ରଖିଥିଲେ ଦୁଇ ଯୁବକ

ରାଉରକେଲା(ପବନ ତିୱାରି): ଦିନେ କି ଦୁଇ ଦିନ ନୁହେଁ ଗତ ୫ ବର୍ଷ ହେବ ଜଣେ ନାବାଳକଙ୍କୁ ବନ୍ଦୀ କରି ରଖିଥିଲେ ଦୁଇ ଜଣ ଯୁବକ। ଘଟଣା ଘଟିଛି ରାଉକେଲାରେ। ପୁଲିସ୍ କୌଣସି ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ୱିତ ରାତିରେ ରାଉରକେଲା ସ୍ଥିତ ସେକ୍ଟର-୧ ଅଞ୍ଚଳରୁ ସମ୍ପୃକ୍ତ ନାବାଳକକୁ ଉଦ୍ଧାର କରିଛି। ଏହି ଘଟଣାରେ ପୁଲିସ୍ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଦ୍ୱୟ ହେଲେ ଚିରଞ୍ଜିବ ଚକ୍ରବର୍ତ୍ତୀ ଓ ପ୍ରଭାତ ପଣ୍ଡା।

ରାଉରକେଲା ଷ୍ଟେସନ ଅଞ୍ଚଳରୁ ଏହି ଯୁବକ ନାବାଳକକୁ ଆଣି ତାଙ୍କ ଘରେ ରଖିଥିଲେ। ଏଥିସହ ତାକୁ ଘର କାମରେ ନିୟୋଜିତ କରିଥିଲେ। ସେମାନେ ପିଲାଟିକୁ ମାଡ଼ ମାରିବା ସହ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ପିଲାଟି ଦୁଇ ଦୁଇ ଥର ଘରୁ ପଳାଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲା। ହେଲେ ସେ ତା’ ଘର ଠିକଣା ଜାଣି ନଥିବାରୁ ଏହି ଦୁଇ ଯୁବକ ତାକୁ ଧରି ଆଣି ପୁଣି ଘରେ ରଖିଥିଲେ। ପୁଲିସ୍‌ ଉଭୟଙ୍କ ବିରୋଧରେ ଅପହରଣ, ଚାଇଲଡ୍‌ ଆକ୍ଟ, ଶିଶୁ ଶ୍ରମିକ ଭଳି ବହୁ ସଙ୍ଗୀନ୍‌ ଦଫା ଲଗାଇଛି।

ତେବେ ପିଲାଟିର ବାପା ମାଆ ନଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।  ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2YsMwE3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages