ମିଶନ କଶ୍ମୀର ସମ୍ପର୍କରେ ବରିଷ୍ଠ ଅଧିକାରୀ ବି ଜାଣି ନଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

ମିଶନ କଶ୍ମୀର ସମ୍ପର୍କରେ ବରିଷ୍ଠ ଅଧିକାରୀ ବି ଜାଣି ନଥିଲେ

ନୂଆଦିଲ୍ଲୀ: ପ୍ରଥମେ ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ମୁତୟନ ହେଲେ। ଏହାପରେ ଅମରନାଥ ଯାତ୍ରାକୁ ବନ୍ଦ କରାଗଲା ଓ ପର୍ଯ୍ୟଟକଙ୍କୁ ଜମ୍ମୁ-କଶ୍ମୀର ଛାଡ଼ିବାକୁ ନିର୍ଦ୍ଦେଶ ମିଳିଲା। ଜମ୍ମୁ-କଶ୍ମୀରରେ ଏଭଳି ଅଘୋଷିତ ଜରୁରୀ ପରିସ୍ଥିତି କ’ଣ ପାଇଁ? କ’ଣ ହେବ ଜମ୍ମୁ-କଶ୍ମୀରରେ? ଏସବୁ ପ୍ରଶ୍ନ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ମନରେ ଉଠିଥିଲା।

ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ମୋଦି ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଖଣ୍ଡ କରିଦେଲେ। ଏଥିସହ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର ଧାରା ୩୭୦କୁ ମଧ୍ୟ ଉଚ୍ଛେଦ କରିଦେଲେ। ସରକାରଙ୍କ ଏହି ନିଷ୍ପତ୍ତି ଦେଶବାସୀ ସୋମବାର ଅପରାହ୍ଣରେ ଜାଣିଲେ। କେବଳ ସାଧାରଣ ଲୋକ ନୁହନ୍ତି ମୋଦିଙ୍କ ମିଶନ କଶ୍ମୀର ସମ୍ପର୍କରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ପୂର୍ବରୁ ଅବଗତ ନଥିଲେ। ସେମାନେ ମଧ୍ୟ ମୋଦି ସରକାର କ’ଣ ନିଷ୍ପତ୍ତି ନେବେ, ସେକଥା ଜାଣି ନଥିଲେ।

ସମସ୍ତଙ୍କ ଠାରୁ ମୋଦି ସରକାର ମିଶନ କଶ୍ମୀର କଥାକୁ ଗୋପନ ରଖିଥିବା ତଥ୍ୟ ସାମ୍ନାକୁ ଆସିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀରରୁ ତତ୍କାଳ ଭବେ ରାଷ୍ଟ୍ରପତିଙ୍କ ଅନୁମୋଦନକ୍ରମେ ଧାରା ୩୭୦କୁ ଉଚ୍ଛେଦ କରିବା କଥା ଘୋଷଣା କରିଥିଲେ। ପୂର୍ବରୁ ବରିଷ୍ଠ ଅଧିକାରୀମାନେ ଏକଥା ଜାଣି ନଥିବାରୁ, ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ହୋଇଥିଲେ। ଏଥିସହ ସେମାନେ ବିଜ୍ଞପ୍ତିକୁ ନିଜେ ଖୋଜିବା ସହ ଏହାକୁ ପଢ଼ିଥିଲେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।



from Odisha Reporter https://ift.tt/2MHZJ4K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages