ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଜାକିରନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଖବର ପାଇ ଘଟଣାସ୍ଥଳରେ ୭ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନିକାଣ୍ଡରେ କୋଠାର ପାର୍କିଂ ସ୍ଲଟରେ ଥିବା ୭ଟି କାର୍ ଏବଂ ୮ଟି ବାଇକ୍ ଜଳିଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ଗତକାଲି ବିଳମ୍ବିତ ରାତିରେ ଗ୍ରାଉଣ୍ଡ ଫ୍ଲୋରରେ ପ୍ରଥମେ ନିଆଁ ଲାଗିଥିଲା। ଅଳ୍ପ ସମୟ ଭିତରେ ନିଆଁ ପୂରା ବିଲ୍ଡିଂକୁ ବ୍ୟାପିଯାଇଥିଲା।
ଦକ୍ଷିଣ ଦିଲ୍ଲୀ ଅଞ୍ଚଳରେ ବିଶେଷ କରି ଧନୀ ଶ୍ରେଣୀର ଲୋକ ବାସ କରନ୍ତି। ସେମାନଙ୍କ ବିଲ୍ଡିଂ ଦୂରତା ଅନ୍ୟ ବିଲ୍ଡିଂଠାରୁ କମ୍ ରହିଥାଏ। ଗୋଟିଏ ବିଲ୍ଡିଂରେ ନିଆଁ ଲାଗିଗଲେ, ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଠି ବି ସମାନ ପରିସ୍ଥିତି ଦେଖାଯାଇଛି। ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
from Odisha Reporter https://ift.tt/2M3pSvs
No comments:
Post a Comment