ଏଣିକି ସକାଳ ୬ରୁ ରାତି ୯ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟର ସବୁ ପାର୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

ଏଣିକି ସକାଳ ୬ରୁ ରାତି ୯ପର୍ଯ୍ୟନ୍ତ ଖୋଲା ରହିବ ରାଜ୍ୟର ସବୁ ପାର୍କ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟର ସମସ୍ତ ସହରାଞ୍ଚଳରେ ଥିବା ପାର୍କଗୁଡ଼ିକ ଏଣିକି ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଏଥିପାଇଁ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଧିବଦ୍ଧ ଗାଇଡଲାଇନ୍ ଓ ବିଜ୍ଞପ୍ତି ଜାରି କରାଯାଇଛି।

ଏହି ଗାଇଡଲାଇନ ଅନୁଯାୟୀ ସହରାଞ୍ଚଳର ନାଗରିକମାନଙ୍କ ବ୍ୟସ୍ତବହୁଳ ଜୀବନଶୈଳୀକୁ ଦୃଷ୍ଟିରେ ରଖି ସେମାନଙ୍କ ଅବସର ବିନୋଦନ ପାଇଁ ସମସ୍ତ ମହାନଗର ନିଗମ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସହ ବିଭିନ୍ନ ଉନ୍ନୟନ ପ୍ରାଧିକରଣ ଏବଂ ସ୍ପୋଶାଲ ପ୍ଲାନିଂ ଅଥରିଟିଙ୍କ ଦ୍ୱାରା ପରିଚାଳିତ ଓ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାର୍କ ଓ ଖୋଲା ସ୍ଥାନରେ ଅବସର ବିନୋଦନର ଅଧିକ ସୁବିଧା ପ୍ରଦାନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏସବୁ ପାର୍କରେ ଖୋଲା ଜିମ୍, ପିଲାଙ୍କ ପାଇଁ ଖେଳ ଉପକରଣ, ବସିବା ପାଇଁ ସ୍ଥାନ ଆଦି ବ୍ୟବସ୍ଥା କରିବାକୁ କୁହାଯାଇଛି। ଯାହାଫଳରେ ଏସବୁ ସ୍ଥାନରେ ସହରାଞ୍ଚଳର ଲୋକମାନେ ନିଜ ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟାୟାମ ଓ ବୁଲାବୁଲି କରିପାରିବେ।

ସହରାଞ୍ଚଳରେ ଏସବୁ ସୁବିଧା ଅଧିକରୁ ଅଧିକ ନାଗରିକଙ୍କ ଉପଲବ୍ଧ କରାଇବା ଲକ୍ଷ୍ୟରେ ରାଜ୍ୟରେ ଥିବା ସମସ୍ତ ସର୍ବସାଧାରଣରେ ପାର୍କ ପ୍ରତ୍ୟେକ ଦିନ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହାଠୁ ବି ଅଧିକ ସମୟ କୌଣସି ପାର୍କ ଖୋଲା ରହେ, ତା’ହେଲେ ସମ୍ପୃକ୍ତ କର୍ତ୍ତୃପକ୍ଷ ଏହାର ପରିଚାଳନା ଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ପ୍ରତ୍ୟେକ ପାର୍କର ପ୍ରବେଶ ପଥରେ ପାର୍କ ଖୋଲା ରହିବାର ଅବଧି ଓ ସେଠାରେ ମିଳୁଥିବା ସୁବିଧା ସମ୍ପର୍କରେ ବଡ଼ ବୋର୍ଡରେ ଲିଖିତ ଭାବେ ଜନସାଧାରଣଙ୍କୁ ଅବଗତ କରାଇବାକୁ ପରାମର୍ଶ ଦିଆଯାଇଛି।

 

 



from Odisha Reporter https://ift.tt/2M1vMNx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages