ବାଲେଶ୍ୱର(ଓଡ଼ିଶା ରିପୋର୍ଟର):ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁଇଦିନିଆ ଦୀଘା ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି। ଗତକାଲି ଦୀଘା ବେଳାଭୂମୀରେ ଦିଦି ଏକ ଚାହା ଦୋକାନରେ ସେ ନିଜେ ଚାହା ତିଆରି କରିଥିଲେ। ସେଠାରେ କିଛି କର୍ମଚାରୀ ଓ ଲୋକଙ୍କୁ ଚାହା ଦେଇଥିଲେ। ମମତାଙ୍କ ଏହି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।
ଦିଦି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚାହା ବିକାଳି କହି ପରିହାସ କରୁଥିଲେ। ଗତକାଲି ଅପରାହ୍ନରେ ମୋଦିଙ୍କ ଷ୍ଟାଇଲରେ ଚାହା ଦୋକାନରେ ଚାହା ତିଆରି କରି ଲୋକଙ୍କୁ ଦେବା ପରେ ଦିଦି ଚର୍ଚ୍ଚାକୁ ଆସିଛନ୍ତି। ଏପରିକି ଦିଦି ଚାହା ଦୋକାନରେ କୁନି କୁନି ପିଲାଙ୍କୁ ଗେଲ କରିବା ସହିତ କାଖେଇ ଥିଲେ।
ମମତା ବାନାର୍ଜୀ ମଙ୍ଗଳବାର ଓ ବୁଧବାର ଦୁଇ ଦିନିଆ ଦୀଘା ଗସ୍ତରେ ଆସିଥିଲେ।
from Odisha Reporter https://ift.tt/2ZlCO1M
No comments:
Post a Comment