ପାଟନା: ବିହାର ପୁଲିସର ଏକ ଅଜବ କାରନାମାକୁ ନେଇ ସାରା ଦେଶରେ ଚର୍ଚ୍ଚା। ବୁଧବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରାଙ୍କ ଅନ୍ତେଷ୍ଟି ବେଳେ ରାଜକୀୟ ସମ୍ମାନ ସରକାରଙ୍କ ତରଫରୁ ଦିଆଯାଇଥିଲା। ଏହି ସମୟରେ ବିହାର ପୁଲିସ ତରଫରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା କିନ୍ତୁ ସଲାମି ଦିଆଯିବା ପାଇଁ ୨୧ଟି ରାଇଫଲର ଗୋଟିଏ ବି ବନ୍ଧୁକରୁ ଗୁଳି ବାହାରି ନଥିଲା। ଏହି ସମୟରେ ନିଜେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଉପସ୍ଥିତ ଥିଲେ। ଶେଷକୃତ୍ୟରେ ଉପସ୍ଥିତ ଥିବା ଅନେକ ଲୋକ ମଧ୍ୟ ବିହାର ପୁଲିସର ଏଭଳି କାରନାମା ଦେଖି ଦୁଃଖ ମୁହୂର୍ତ୍ତରେ ବି ହସି ଦେଇଥିଲେ।
ସଙ୍ଗେସଙ୍ଗେ ନୀତୀଶ କୁମାର ସେଠାରେ ଉପସ୍ଥିତ ଥିବା ଆଇଜିଙ୍କୁ ଇସାରା ମାଧ୍ୟମରେ ପଚାରିଥିଲେ। ହେଲେ ଏହା ଉଚ୍ଚସ୍ତରୀୟ ମାମଲା କହି ଆଇଜି ଡିଜିପିଙ୍କ ଉପରକୁ ଦୋଷ ଠେଲି ଦେଇଥିଲେ।
କୋସି ରେଞ୍ଜର ଡିଆଇଜି ସୁରେଶ ଚୌଧୁରୀ ପ୍ରତିକ୍ରିୟାରେ କହିଛନ୍ତି ମାମଲାର ତଦନ୍ତ ପାଇଁ ସୁପୋଲ ପୁଲିସ ମୁଖ୍ୟ କାର୍ଯ୍ୟାଳୟର ଡିସିପିଙ୍କୁ ଦିଆଯାଇଛି। ସୁପୌଲ ଏସପି ଏମକେ ଚୌଧୁରୀ କହିଛନ୍ତି, ଏଥିରେ ଏମଟି କାର୍ଟିଜ ହୋଇଥାଏ, ଯାହାକି କେବଳ ଶବ୍ଦ ଶୁଭିଥାଏ । ଲାଇଭ କାର୍ଟିଜ ହୋଇ ନଥାଏ । ଲାଇଭ କାର୍ଟିଜ ଡ୍ୟୁଟି ସମୟରେ ବ୍ୟବହାର ହୋଇଥାଏ । ଏହା ବ୍ଲାକ କାର୍ଟିଜ ହୋଇଥାଏ । ଗୁଳି ନ ବାହାରିବା ଘଟଣାର ତଦନ୍ତ ହେବ । ଏହି ବନ୍ଧୁକରେ କେଉଁ ବ୍ୟାଞ୍ଚର କାର୍ଟିଜ ଥିଲା, ତାହା ଖୋଜାଯିବ । ଏହି ଘଟଣାର ତଦନ୍ତ ପରେ ପ୍ରକୃତ କାରଣ ଜଣାଯିବ । ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/2zfEWxu
No comments:
Post a Comment