ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ରାଜରାସ୍ତାରେ ବେଆଇନ ଭାବେ ପାର୍କିଂ କଲେ ଗାଡ଼ିରେ ତାଲା ପକାଇଦେବ କମିଶନରେଟ ପୁଲିସ। ରାସ୍ତାକଡ଼ରେ ଏଣେତେଣେ ପାର୍କିଂ ଯୋଗୁ ରାସ୍ତା ଜାମ୍ ହୋଇଯାଉଛି। ଏଥିଯୋଗୁ ଜନସାଧାରଣ ହଇରାଣ ହେଉଥିବାରୁ ଟ୍ରାଫିକ ପୁଲିସ ଚକା ଜାମ୍ ବ୍ୟବସ୍ଥା ଆରମ୍ଭ କରିଛି।
ଗତକାଲି ସଚିବାଳୟ, ଏସବିଆଇ ମୁଖ୍ୟ ଶାଖା ଓ ଆରବିଆଇ ନିକଟରେ ଏଣେତେଣେ ବେଆଇନ ଭାବେ ପାର୍କିଂ କରିଥିବା ଲୋକଙ୍କ କାର୍ ଚକାରେ ତାଲା ପକାଇଥିଲା ପୁଲିସ। ଗାଡ଼ିଚାଳକମାନେ ଏଥିପାଇଁ ୫୦୦ ଟଙ୍କା ଲେଖାଏଁ ଫାଇନ ମଧ୍ୟ ଦେଇଥିଲେ। ସେପ୍ଟେମ୍ବର ୧ତାରିଖଠୁ ଏହି ଫାଇନ ପରିମାଣ ବଢିପାରେ।
ରାସ୍ତାରେ ଟ୍ରାଫିକ ସମସ୍ୟା ଯେଭଳି ନ ଉପୁଜେ, ସେଥିପାଇଁ ବ୍ୟସ୍ତବହୁଳ ରାସ୍ତା ଉପରେ ଗାଡ଼ି ନ ରଖିବାକୁ ଲୋକଙ୍କୁ ନିବେଦନ କରିଛି କମିଶନରେଟ୍ ପୁଲିସ। ଲୋକେ ଏହି ନୂଆ ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି। ହେଲେ ପ୍ରଥମେ ପାର୍କିଂ ପାଇଁ ଜାଗା ଚିହ୍ନଟ କରି ପରେ ଜରିମାନା ଆଦାୟ କରାଯାଉ ବୋଲି ଗାଡ଼ି ଚାଳକ ମତ ଦେଇଛନ୍ତି ।
from Odisha Reporter https://ift.tt/2LeRevH
No comments:
Post a Comment