ପାରା ପଛରେ ଗୋଡ଼ାଇ ଗୋଡ଼ାଇ ପାଣି ଟାଙ୍କିରେ ଖସି ପଡ଼ିଲେ ନାବାଳକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 28, 2019

ପାରା ପଛରେ ଗୋଡ଼ାଇ ଗୋଡ଼ାଇ ପାଣି ଟାଙ୍କିରେ ଖସି ପଡ଼ିଲେ ନାବାଳକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି ) :  କଥାରେ ଅଛି, ରଖେ ହରି ମାରେ କିଏ। ପାରା ପଛରେ ଗୋଡ଼ାଉଥିବା ଜଣେ ନାବାଳକ ଅଜାଣତରେ ୨ ଦିନ ପୂର୍ବେ ପାଣି ଟାଙ୍କି ଭିତରେ ଖସି ପଡ଼ିଥିଲେ। ପରିଶେଷରେ ନାବାଳକଙ୍କୁ ଉକ୍ତ ପାଣି ଟାଙ୍କିରୁ ଉଦ୍ଧାର କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।  ଉଦ୍ଧାର ନାବାଳକଙ୍କ ଘର ବନ୍ଧୁମଣ୍ଡା ଡୁମେର୍ତ୍ତା ଅଂଚଳରେ । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ବେଳେ ପରିବାର ଲୋକଙ୍କୁ ଥାନାକୁ ଡାକି ତାଙ୍କୁ ହସ୍ତାନ୍ତର କରାଯାଇଛି।

ଏଭଳି ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡାର ସେକ୍ଟର-ବିରେ । ସେଠାରେ ପ୍ରାୟ ୫୦ ଫୁଟ ଉପରେ ଏକ ପାଣି ଟାଙ୍କି ରହିଛି।  ପ୍ରାୟ ୧୪ ବର୍ଷର ଏହି ନାବାଳକଙ୍କ କହିବା ଅନୁଯାୟୀ, ଗତ ସୋମବାର ନିଜର କିଛି ସାଙ୍ଗଙ୍କ ସହ ସେ ଉକ୍ତ ଟାଙ୍କି ନିକଟରେ ଖେଳୁଥିଲେ। ଏହାପରେ ଏକ ପାରା ପଛରେ ଗୋଡ଼ାଇ ଗୋଡ଼ାଇ ସେ ସିଡ଼ି ଦେଇ ପୂରା ଉପରକୁ ପଳାଇଥିଲେ। ଏହି ସମୟରେ ତାଙ୍କ ଅନ୍ୟ ସାଙ୍ଗମାନେ ସେଠାରୁ ପଳାଇଥିଲେ। ଏହାପରେ ପାଣି ଟାଙ୍କିରେ ଘୋଡ଼ଣି ନ  ଥିବାରୁ  ସିଡ଼ି ଦେଇ ସେ ଭିତରକୁ ଚାଲି ଯାଇଥିଲେ। ହେଲେ  ସେଠାରୁ ଆଉ ବାହାରି ପାରି ନ ଥିଲେ।

ଗତକାଲି ଟାଙ୍କି ଭିତରୁ ଶଦ୍ଦ ଶୁଣି କିଛି ସ୍ଥାନୀୟ ଲୋକ  ରେଳ ବିଭାଗୀୟ ଅଧିକାରୀଙ୍କୁ ଖବର  ଦେଇଥିଲେ। ପରେ ରେଲେୱେ କର୍ମଚାରୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ପାରା ଧରିବାକୁ ଯାଇ ନାବାଳକ ଜଣଙ୍କ ପାଣି ଟାଙ୍କିରେ ଫସିଯାଇଥିବା କୁହାଯାଉଛି  ।ସୌଭାଗ୍ୟବଶତଃ ପାଣି ଟାଙ୍କିରେ ଅଳ୍ପ ପାଣି ଭର୍ତ୍ତି ହେଉଥିବାରୁ ନାବାଳକ ଜଣଙ୍କ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି   ।

ହେଲେ ନାବାଳକଜଣଙ୍କ ଘରୁ କେଉଁଆଡେ ପଳାଇଥିବା ନେଇ ତାଙ୍କ ପରିବାର ଲୋକେ ଗତ ୨୧ ତାରିଖରୁ ଥାନାରେ ଅଭିଯୋଗ କରିଥିଲେ। ଏତେ ଦିନ ଧରି ନାବାଳକ କେଉଁଠି ଥିଲେ, ସେ ସମ୍ପର୍କରେ ସେ କିଛି କହି ନାହାନ୍ତି।



from Odisha Reporter https://ift.tt/2zv8KpW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages