ଜହ୍ନି-ଚିଙ୍ଗୁଡ଼ି ତରକାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 9, 2019

ଜହ୍ନି-ଚିଙ୍ଗୁଡ଼ି ତରକାରି

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଜହ୍ନି, ଟମାଟୋ, ପିଆଜ, ଅଦା ପେଷ୍ଟ୍‌, ରସୁଣ ପେଷ୍ଟ୍‌, ଗୋଟା ଜିରା, ସୋରିଷ, ଶୁଖିଲା ଲଙ୍କା, ଜିରା ପାଉଡର, ଧନିଆ ପାଉଡର, ହଳଦୀ, ଲଙ୍କା ଗୁଣ୍ଡ, ଲୁଣ, ସୋରିଷ ତେଲ, ଗରମ ମସଲା ଓ ଧନିଆ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିଙ୍ଗୁଡ଼ିରୁ ଖୋଳ ଛଡ଼ାଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏବେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ତା’ପରେ ଜହ୍ନିର ଚୋପା ଛଡ଼ାଇ ଏହାକୁ କାଟି ଭଲ ଭାବେ ଧୋଇ ଦିଅନ୍ତୁ।

ଏବେ ଗ୍ୟାସ୍‌ରେ କଡ଼େଇ ବସାନ୍ତୁ ଓ ଏହା ଗରମ ହୋଇଗଲେ ଏଥିରେ ଗୋଟିଏ ଚାମଚ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଏଥିରେ ଚିଙ୍ଗୁଡ଼ିକୁ ପକାଇ ୫ ମିନିଟ୍ ଭାଜନ୍ତୁ। ଚିଙ୍ଗୁଡ଼ି ଭାଜି ହୋଇଗଲା ପରେ ଏହାକୁ କଡ଼େଇରୁ କାଢ଼ି ଆଣନ୍ତୁ। ତା’ପରେ କଡ଼େଇରେ ତେଲ ପକାନ୍ତୁ ଓ ଏହା ଗରମ ହେବା ପରେ ଗୋଟା ଜିରା, ସୋରିଷ ଓ ଶୁଖିଲା ଲଙ୍କା ପକାନ୍ତୁ। ତା’ସହିତ କଟା ପିଆଜ ପକାଇ ୨ ମିନିଟ୍‌ ଚଲାନ୍ତୁ। ଏବେ ଏଥିରେ ଅଦା ପେଷ୍ଟ୍, ରସୁଣ ପେଷ୍ଟ୍, ପିଆଜ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡା ଓ ଲୁଣ ପକାଇ ମସଲାକୁ ଭଲ ଭାବେ କଷନ୍ତୁ। ମଝିରେ ମଝିରେ ଆବଶ୍ୟକତା ଅନୁଯାୟୀ ପାଣି ଦିଅନ୍ତୁ।

ମସଲା କଷି ହୋଇଗଲେ ସେଥିରେ କଟା ଟମାଟୋ, ଜିରାଗୁଣ୍ଡା ଏବଂ ଧନିଆ ଗୁଣ୍ଡା ପକାଇ ପୁଣି ୫ ମିନିଟ୍ ଯାଏ ଅଳ୍ପ ଆଞ୍ଚରେ କଷନ୍ତୁ। ମସଲା ଭଲ ଭାବେ କଷି ହୋଇଯିବା ପରେ ଏଥିରେ ଜହ୍ନି ପକାଇ ୨ ଚାମଚ ଗରମ ମସଲା ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାଇ ଦେଇ ଏକ ଢାଙ୍କୁଣୀ ଦେଇ ଘୋଡ଼ାଇ ଦିଅନ୍ତୁ। ପ୍ରାୟ ୫ ମିନିଟ୍ ପରେ ଢାଙ୍କୁଣୀ କାଢ଼ି ଏଥିରେ ପୂର୍ବରୁ ଭଜା ହୋଇଥିବା ଚିଙ୍ଗୁଡ଼ି ପକାଇ ଗୋଟେ କପ୍‌ ଉଷୁମ ପାଣି ଦିଅନ୍ତୁ। ଏଥିରେ କଟା ଧନିଆ ପତ୍ର ଏବଂ ଗରମ ମସଲା ପକାଇ ୧୦ ମିନିଟ୍‌ କମ୍‌ ଆଞ୍ଚରେ ଘୋଡ଼ାଇ ରଖନ୍ତୁ। ୧୦ ମିନିଟ୍ ପରେ କଡ଼େଇକୁ ଗ୍ୟାସ୍‌ରୁ ଓହ୍ଲାଇ ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ଜହ୍ନି-ଚିଙ୍ଗୁଡ଼ି ତରକାରି। ଏହା ଉପରେ ଆପଣ ପୁଣି ଥର ଧନିଆ ପତ୍ର ପକାଇ ପାରିବେ ଓ ଗରମ ଗରମ ପରଷି ପାରିବେ। ଏହାକୁ ଆପଣ ଭାତ ସହିତ ଖାଇଲେ ଭଲ ଲାଗେ।



from Odisha Reporter https://ift.tt/2YZ7No8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages