ବୃଦ୍ଧା ଶାଶୂକୁ ଗାଁ ଦାଣ୍ଡରେ ଘୋଷାଡ଼ିଲା ବୋହୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 9, 2019

ବୃଦ୍ଧା ଶାଶୂକୁ ଗାଁ ଦାଣ୍ଡରେ ଘୋଷାଡ଼ିଲା ବୋହୂ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ ): ବରିଷ୍ଠ ନାଗରିକଙ୍କ ସୁରକ୍ଷା ଲାଗି ସରକାର ବହୁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାସତ୍ତ୍ୱେ ସେମାନେ ନିଜ ଘରେ ଅସୁରକ୍ଷିତ ହୋଇ ପଡ଼ୁଛନ୍ତି। ପରିଣତ ବୟସରେ ମଧ୍ୟ ଘର ଲୋକଙ୍କ ଦ୍ୱାରା ସେମାନଙ୍କୁ ଆକ୍ରୋଶ ଓ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଏପରି ଏକ ଘଟଣା ଢେଙ୍କାନାଳ ଜିଲ୍ଲାରେ ନଜରକୁ ଆସିଛି।

ସବୁ  ବାପାମା’ ସ୍ୱପ୍ନ ଦେଖିଥାନ୍ତି, ପରିଣତ ବୟସରେ ଘରକୁ ବୋହୂ ଆସିଲେ ଦି ଓଳି ଦି ମୁଠା ଖାଇବାକୁ ଦେବ। ଆଉ ବାକି ଜୀବନ ଶାନ୍ତିରେ କଟିଯିବ। ହେଲେ ବୋହୂ ଯଦି ବୃଦ୍ଧା ଶାଶୂକୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନିଏ, ଏପରି ଦୃଶ୍ୟ ଯେକୌଣସି ଲୋକର  ହୃଦୟକୁ ତରଳାଇ ଦେବ। ଏପରି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଗେଲେହି କାଟାଣିରେ ଦେଖିବାକୁ ମିଳିଛି।

ସାମନ୍ୟ ଘରୋଇ କଳହକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ବୋହୂ ବୃଦ୍ଧା ଶାଶୂଙ୍କୁ ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାରଧର କରୁଛନ୍ତି।  ବୃଦ୍ଧାଜଣଙ୍କ ଛାଡ଼ି ଦେବାକୁ ବୋହୂଙ୍କୁ ଆକୁଳ ନିବେଦନ କରୁଥିଲେ ମଧ୍ୟ ସେ ତରଳୁ ନାହାନ୍ତି।  ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରଧର କରି ଚାଲିଛନ୍ତି। ଏପରି  ଅମାନବୀୟ ଦୃଶ୍ୟର ଭିଡ଼ିଓ ଭାଇରାଲ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବୋହୂଙ୍କୁ ଥାନାକୁ ଆଣି ପଚରାଉଚରା କରୁଥିବା ବେଳେ ଗୁରୁତର ହୋଇ ପଡ଼ିଥିବା ବୃଦ୍ଧାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଛି।

ଝଗଡ଼ା ଲାଗିବାରୁ ଶାଶୂଙ୍କ ପ୍ରତି ଏଭଳି ବ୍ୟବହାର କରିଥିବା ସ୍ୱୀକାର କରିଛନ୍ତି  ବୋହୂ । ତେବେ ବୋହୂଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗାଁ ଲୋକେ ଦାବି କରିଛନ୍ତି ।



from Odisha Reporter https://ift.tt/2ZJ6ebc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages