ଯେଉଁମାନେ ବିରୋଧ କରୁଥିଲେ, ସେମାନେ ସପକ୍ଷରେ ବାହାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 23, 2019

ଯେଉଁମାନେ ବିରୋଧ କରୁଥିଲେ, ସେମାନେ ସପକ୍ଷରେ ବାହାରିଲେ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଯେଉଁ ପିଲାମାନଙ୍କ ପ୍ରତିବାଦ ହେତୁ  ଶିକ୍ଷକଙ୍କ ବଦଳି କରାଗଲା, ଏବେ ପୁଣି ସେମାନେ ସମ୍ପୃକ୍ତ ଶିକ୍ଷକଙ୍କ ସମର୍ଥନରେ ବାହାରିଛନ୍ତି।  ସମ୍ପୃକ୍ତ ଶିକ୍ଷକଙ୍କୁ ସ୍କୁଲକୁ ଫେରାଇ ନ ଆଣିଲେ କିଛି ଦିନ ପୂର୍ବେ ସେମାନେ ସ୍କୁଲ ଛାଡ଼ିବା ଚେତାବନୀ  ମଧ୍ୟ ଦେଇଥିଲେ। ଗାଁ ଗାଁ ବୁଲି ଉକ୍ତ ଶିକ୍ଷକଙ୍କ ସପକ୍ଷରେ ପୋଷ୍ଟର ମାରିଥିଲେ ଓ ଶିକ୍ଷକ ବଦଳି ହେବା ପରଠାରୁ ହଷ୍ଟେଲ ମଧ୍ୟ ଛାଡ଼ିଥିଲେ ବହୁ ଛାତ୍ରୀ। ଏପରି  ପରିସ୍ଥିତି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ରାଇଘର ବ୍ଲକ୍ ପରଚିପାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ଏହି ସ୍କୁଲରେ ଦୀର୍ଘ ଦିନ ଧରି ଶିକ୍ଷକ ସମାରୁ ଗଣ୍ଡ କାର୍ଯ୍ୟରତ ଥିଲେ। ହେଲେ ସେ ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ଦେବା ଅଭିଯୋଗ ହେବା ପରେ ତାଙ୍କର ଅନ୍ୟତ୍ର ବଦଳି କରାଯାଇଥିଲା।

ପ୍ରକାଶ ଥାଉକି, ଉକ୍ତ ବିଦ୍ୟାଳୟର ଗୋଟିଏ ହଷ୍ଟେଲ୍‌ରେ ୧୦୦ ଜଣ ଛାତ୍ରୀ ଓ ଅନ୍ୟ ହଷ୍ଟେଲ୍‌ରେ ୪୦ ଜଣ ଛାତ୍ର ରହୁଛନ୍ତି। ଦୀର୍ଘ ଦିନ ଧରି ଏମାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇ ଆସୁଥିଲା। ଏ ସମ୍ପର୍କରେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିଚାଳନା କମିଟି  ନିକଟରେ ଅଭିଯୋଗ କରିଥିଲେ। ପରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଏ ସମ୍ପର୍କରେ ରାଇଘର ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ  ହୋଇଥିଲା। ଉକ୍ତ ଅଭିଯୋଗର ତଦନ୍ତ କରି ସତ୍ୟତା ପ୍ରମାଣିତ ହେବା ପରେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା।

ହେଲେ ଶିକ୍ଷକ ସମାରୁ ଗଣ୍ଡଙ୍କ ବଦଳି ହେବା ପରେ  ଅଚାନକ ଭାବେ ତାଙ୍କୁ ବିରୋଧ କରୁଥିବା ଛାତ୍ରଛାତ୍ରୀ ତାଙ୍କ ସପକ୍ଷରେ ବାହାରିଛନ୍ତି। ହଷ୍ଟେଲ ଛାତ୍ରୀମାନେ ବିଦ୍ୟାଳୟ ପାଚେରୀ ଓ ଉକ୍ତ ଗାଁର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ବଦଳିକୁ ବିରୋଧ କରୁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏପରିକି ୬୪ ଜଣ ଛାତ୍ରୀ ସ୍କୁଲ ଛାଡ଼ିବେ ବୋଲି ପୋଷ୍ଟରରେ ଚେତାବନୀ ଦେଇଥିଲେ।

ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଯୋଗ କ୍ରମେ ସ୍କୁଲ ପରିଚାଳନା କମିଟି ବ୍ଲକ ଶିକ୍ଷାଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲା, ଏବେ ସେମାନେ କେମିତି ସମ୍ପୃକ୍ତ ସାରଙ୍କୁ ଫେରାଇ ଆଣିବାକୁ ଜିଦ୍‌ ଧରୁଛନ୍ତି। ଏହା ପଛରେ  କିଛି ଷଡଯନ୍ତ୍ର ଚାଲିଥିବା ସ୍କୁଲ ପରିଚାଳନା କମିଟି ସଭ୍ୟମାନେ ଅଭିଯୋଗ କରିଛନ୍ତି।

ପୂର୍ବ ନିର୍ଦ୍ଦେଶନାମା ଅନୁସାରେ ଶିକ୍ଷକ ସମାରୁ ଗଣ୍ଡ  ଗତ ୨୦ ତାରିଖରୁ  ବଦଳି ହୋଇଥିଲେ ମଧ୍ୟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସେ ଦାୟିତ୍ୱରେ ଅଛନ୍ତି। ତାଙ୍କ ବଦଳି ହେବା ପରଠାରୁ   ପ୍ରାୟ  ୬୪ ଜଣ ଛାତ୍ରୀ ସ୍କୁଲ ଆସିବା ବନ୍ଦ କରି ଦେଇଥିଲେ। ହେଲେ ଗତ ୨୨ ତାରିଖରୁ ପ୍ରାୟ ୩୫ ଜଣ ପିଲା ଆସି ପାଠ ପଢ଼ୁଛନ୍ତି। ଏବେ ସମସ୍ତ ଛାତ୍ରୀ ସ୍କୁଲ ଆସିଥିବା ବେଳେ ପାଠ ପଢ଼ା ସ୍ୱାଭାବିକ ଭାବେ ଚାଲିଥିବା  ଜଣାଯାଇଛି।

ଏ ସମ୍ପର୍କରେ ସଂପୃକ୍ତ ଶିକ୍ଷକ ସମାରୁ ଗଣ୍ଡଙ୍କୁ ପଚାରିବାରୁ ସେ ଛାତ୍ରୀଙ୍କ ସ୍କୁଲ ନ ଯିବା ସମ୍ପର୍କରେ କିଛି   ଜାଣି ନ ଥିବା କହିଥିଲେ। ଏଥିସହ  ତାଙ୍କ ପ୍ରତି ଷଡ଼ଯନ୍ତ୍ର କରାଯାଉଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦେଉଥିବାରୁ ତାଙ୍କୁ ଏଠାରୁ ଅନ୍ୟତ୍ର ପଠା ଯାଇଥିବା ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରକାଶ କରିଛନ୍ତି ।



from Odisha Reporter https://ift.tt/2Ze9yz0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages