ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ପାଖାପାଖି ୧୦ ବର୍ଷ ପରେ ସେ ପୁଣିଥରେ ରାଜନିତୀରେ ମନ ବଳାଇଛନ୍ତି। ମହାରାଷ୍ଟ୍ରର ଜଣେ ମନ୍ତ୍ରୀ ଏହି ସମ୍ପନ୍ଧୀୟ ସୂଚନା ଦେଇଛନ୍ତି।
ରାଷ୍ଟ୍ରୀୟ ସମାଜ ପକ୍ଷ(ଆର୍ଏସ୍ପି)ର ପ୍ରତିଷ୍ଠାତା ତଥା କ୍ୟାବିନେଟ୍ ମନ୍ତ୍ରୀ ମାହାଦେବ ଜାନକର ଗତ ରବିବାର ଦିନ କହିଛନ୍ତି ଯେ ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସେପ୍ଟେମ୍ବର ୨୫ରେ ତାଙ୍କ ପାର୍ଟିରେ ଯୋଗ ଦେବେ। ଆର୍ଏସପି ହେଉଛି ଶାସକ ବିଜେପିର ଏକ ସହଯୋଗୀ ଦଳ।
ପଶୁପାଳନ ଏବଂ ଡାଏରୀ ବିକାଶ ମନ୍ତ୍ରୀ ମହାଦେବ ଜାନକର ଆର୍ଏସ୍ପିର ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ କହିଥିଲେ ଯେ, ‘ଆମେ ଆମ ପାର୍ଟିର ବିକାଶ ପାଇଁ ଫିଲ୍ମ ଜଗତରେ ମଧ୍ୟ କାମ କରିବା ଆରମ୍ଭ କରିସାରିଲୁଣି। ଯାହା ମୁତାବକ ଅଭିନେତା ସଞ୍ଜୟ ଦତ୍ତ ସେପ୍ଟେମ୍ବର ୨୫ରେ ରାଷ୍ଟ୍ରୀୟ ସମାଜ ପକ୍ଷରେ ଯୋଗ ଦେଉଛନ୍ତି।’ ଆପଣଙ୍କୁ ଜଣାଇଦେବାକୁ ଚାହୁଁ ଯେ ଆର୍ଏସପି ଲୋକସଭା ନିର୍ବାଚନ ଲଢ଼ିନାହିଁ। ତେବେ ଏହାର କ୍ଷତିପୂରଣ ବାବଦରେ ଜାନକର ଶାସକ ଦଳ ବିଜେପିଠୁ ଅଧିକ ବିଧାନସଭା ସିଟ୍ ପାଇଁ ଦାବି କରିଛନ୍ତି। ହେଲେ ପାର୍ଟି ଏହାକୁ ମନା କରିଛି।
ଉଲ୍ଲେଖ ଯୋଗ୍ୟ, ଅଭିନେତା ସଞ୍ଜୟ ଦତ୍ତ ୨୦୦୯ରେ ସମାଜବାଦୀ ପାର୍ଟିର ଟିକେଟ୍ରେ ଲକ୍ଷ୍ମୌରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ ହୋଇଥିଲେ। ହେଲେ ସେ ସମୟରେ ଅବୈଧ ଅସ୍ତ୍ର ପାଖରେ ରଖିଥିବା ନେଇ ତାଙ୍କ ଉପରେ ଚାଲିଥିବା ମାମଲାରେ ଅଦାଲତ ଦଣ୍ଡ କମାଇବାକୁ ମନାକରିଦେବାରୁ ସେ ନିର୍ବାଚନରୁ ଓହରିଯାଇଥିଲେ।
from Odisha Reporter https://ift.tt/2Udya5j
No comments:
Post a Comment