ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷାରୁ ଏସପିଜି ହଟିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 26, 2019

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସୁରକ୍ଷାରୁ ଏସପିଜି ହଟିଲା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ମନମୋହନ ସିଂହଙ୍କ ସୁରକ୍ଷା ବ୍ୟବସ୍ଥା ଢ଼ିଲା କରାଯାଇଛି। ତାଙ୍କର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ବା ଏସପିଜିକୁ ହଟାଇଛନ୍ତି କେନ୍ଦ୍ର ସରକାର। ତାଙ୍କ ଜୀବନ ପ୍ରତି ସେତେଟା ବିପଦ ନଥିବା ଦର୍ଶାଇ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ କୋହଳ କରିଛନ୍ତି। ଏବେ ମନମୋହନ ସିଂହଙ୍କ ସୁରକ୍ଷାରେ କେବଳ ସିଆରପିଏଫ୍ ନିୟୋଜିତ ରହିବେ। ଗୃହ ମନ୍ତ୍ରଣାଳୟ ବିଭିନ୍ନ ଏଜେନ୍ସି ଓ ଇନପୁଟ ସୁରକ୍ଷା ବାବଦରେ ନିଷ୍ପତି ନେଇଥାନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭାଡ୍ରା ଏବେ ଏସପିଜି ସୁରକ୍ଷାରେ ରହିଛନ୍ତି। ଏସପିଜି ସୁରକ୍ଷା ବେଳେ ଦେଶର କମାଣ୍ଡୋମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ମୁତୟନ ହୋଇଥାନ୍ତି ।

ମନମୋହନ ସିଂହଙ୍କ ନିକଟତମ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ ସରକାରଙ୍କ ଏହି ନିଷ୍ପତ୍ତିକୁ ମନମୋହନ ସିଂହ ସକରାତ୍ମକ ଦୃଷ୍ଟିରେ ଦେଖିଛନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁସାରେ ସେ ଯିବେ ବୋଲି ସୂଚନା ଦେଇଛନ୍ତି। ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କ ଜୀବନ ପ୍ରତି କମ୍ ବିପଦ ଥିବା ଦର୍ଶାଇ ଏସପିଜି ସୁରକ୍ଷା ଦାୟିତ୍ୱ ହଟାଇ ଦିଆଯାଇଥିଲା।

ଇନ୍ଦିରା ଗାନ୍ଧିଙ୍କୁ ତାଙ୍କ ସୁରକ୍ଷାକର୍ମୀ ହତ୍ୟା କରିବା ପରେ ୧୯୮୫ରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏସପିଜି ସୁରକ୍ଷା ବ୍ୟବସ୍ଥା ସ୍ଥାପନା ହୋଇଥିଲା। ସେହିପରି ୧୯୯୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ଏସପିଜି ସୁରକ୍ଷାରେ ସଂଶୋଧନ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାରଙ୍କୁ ୧୦ ବର୍ଷ ପାଇଁ ଏସପିଜି ସୁରକ୍ଷା ଦିଆଯିବ ବୋଲି ନିୟମ ହୋଇଥିଲା।

ଏହାପରେ ୨୦୦୩ରେ ବାଜପେୟୀ ସରକାର ଏସପିଜି ଆକ୍ଟକୁ ପୁଣି ସଂଶୋଧନ କରି ୧୦ ବର୍ଷ ପରିବର୍ତ୍ତେ ୧ ବର୍ଷ ପାଇଁ ଏସପିଜି ସୁରକ୍ଷା ଯୋଗାଇ ଦିଆଯିବ ବୋଲି ନିୟମ କରିଥିଲେ।



from Odisha Reporter https://ift.tt/2PcOJ29

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages