ସୁଷମା ସ୍ୱରାଜଙ୍କ ପରଲୋକରେ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ଶୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

ସୁଷମା ସ୍ୱରାଜଙ୍କ ପରଲୋକରେ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ଶୋକ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କର ଗତ ରାତିରେ ହୃଦଘାତରେ ପରଲୋକ ହୋଇଯାଇଛି। ମଙ୍ଗଳବାର ରାତିରେ ନୂଆଦିଲ୍ଲୀସ୍ଥିତ ଏମ୍ସ ହସ୍‌ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।

ସୁଷମାଙ୍କ ଅକାଳ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି।

ଧର୍ମେନ୍ଦ୍ର ଟ୍ୱିଟ୍‌ କରି କହିଛନ୍ତି,ସୁଷମା ସ୍ୱରାଜ ବଡ଼ ଭଉଣୀ ସଦୃଶ ଥିଲେ। ସେ ଲୌହ ଭଳି କଠିନ ଓ ମା’ ଭଳି କୋମଳ ଥିଲେ। ସୁଷମା ନାରୀ ଶକ୍ତିର ପ୍ରତୀକ ଥିଲେ। ବିଶ୍ୱ ସ୍ତରରେ ସେ ଭାରତର ସ୍ୱରକୁ ଦୃଢ ଭାବେ ଉପସ୍ଥାପନ କରି ପାରୁଥିଲେ।

ସେ ଆହୁରି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ସୁଷମା ମହାନ ରାଷ୍ଟ୍ରନେତା ଥିଲେ। ତାଙ୍କ ପରଲୋକରେ ଦେଶ ସମେତ ମୋର ମଧ୍ୟ ଅପୂରଣୀୟ କ୍ଷତି ହୋଇଛି। ତାଙ୍କ ବିୟୋଗରେ ସୃଷ୍ଟି ହୋଇଥିବା ଖାଲି ସ୍ଥାନ କେବେବି ପୂରଣ ହୋଇପାରିବ ନାହିଁ।

ସେହିପରି ବୈଜୟନ୍ତ ଟ୍ୱିଟ୍ କରି କହିଛନ୍ତି,ମୁଁ ସୁଷମାଙ୍କ ବିୟୋଗରେ ଗଭୀର ଦୁଃଖିତ, ମର୍ମାହତ। କୋଟି କୋଟି ଲୋକଙ୍କ ପାଇଁ ସୁଷମା ଥିଲେ ଆଇକନ୍ ଓ ରୋଲ ମଡେଲ। ତାଙ୍କ ପରି ମହାନ୍‌ ରାଜନେତାଙ୍କଠାରୁ ବହୁତ କିଛି ଶିଖିବାକୁ ପାଇଛି।

 



from Odisha Reporter https://ift.tt/2Yv41DU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages