ସୁଷମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସିରିଜ୍ ଟ୍ୱିଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

ସୁଷମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ସିରିଜ୍ ଟ୍ୱିଟ୍

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ଶ୍ରୀମତୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇଯାଇଛି। ସେ ଅସୁସ୍ଥ ଥିଲେ। କିନ୍ତୁ ଏମିତି ହଠାତ୍ ଚାଲିଯିବେ ବୋଲି କେହି ଭାବି ନଥିଲେ। ତାଙ୍କ ଦେହାନ୍ତରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରି ସିରିଜ୍ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, ସୁଷମା ସ୍ୱରାଜ ବହୁତ ଭଲ ମନ୍ତ୍ରୀ ଏବଂ ଜଣେ ଭଲ ସାଂସଦ ଥିଲେ। ତା’ ସହିତ ସେ ଜଣେ ସୁବକ୍ତା ଥିଲେ। ଦଳ ଗତ ନିର୍ବିଶେଷରେ ତାଙ୍କୁ ସମସ୍ତେ ସମ୍ମାନ କରୁଥିଲେ। ବିଜେପିର ବିଚାରଧାରାକୁ ସେ ଆଗକୁ ବଢ଼ାଇଥିଲେ।

ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି, ସେ ଜଣେ ଦକ୍ଷ ପ୍ରଶାସକ ଥିଲେ। ତାଙ୍କୁ ଯେତେବେଳେ ଯେଉଁ ମନ୍ତ୍ରଣାଳୟ ମିଳିଥିଲା, ତା’ର କାର୍ଯ୍ୟ ସେ ସୁଚାରୁ ରୂପେ ତୁଲାଇଥିଲେ। ଭାରତ ସହିତ ଅନେକ ଦେଶର ସଂପର୍କକୁ ଆହୁରି ଭଲ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଜଣେ ମନ୍ତ୍ରୀ ଭାବରେ ସମସ୍ତଙ୍କ ପ୍ରତି ସେ ଦରଦୀ ଥିଲେ। ବିଶ୍ୱର ଯେକୌଣସି ସ୍ଥାନରେ ଜଣେ ଭାରତୀୟ ସମସ୍ୟାରେ ଥିଲେ ସେ ସାହାଯ୍ୟ କରୁଥିଲେ।

ବୈଦେଶିକ ମନ୍ତ୍ରୀ ଭାବରେ ସୁଷମା ସ୍ୱରାଜଙ୍କ ଅନ୍ତିମ ୫ ବର୍ଷ କାର୍ଯ୍ୟକାଳକୁ ସେ ଭୁଲି ପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କ ଶରୀର ଅସୁସ୍ଥ ରହୁଥିଲେ ମଧ୍ୟ ସେ ତାଙ୍କ ମନ୍ତ୍ରଣାଳୟର ସମସ୍ତ ପ୍ରସଙ୍ଗରେ ଅବଗତ ରହୁଥିଲେ, ଯାହାକି କର୍ମ ପ୍ରତି ତାଙ୍କର ସମର୍ପଣ ଭାବକୁ ଦର୍ଶାଉଥିଲା ବୋଲି ମୋଦି ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

ସୁଷମାଙ୍କ ବିୟୋଗ ବ୍ୟକ୍ତିଗତ ଭାବରେ ତାଙ୍କ ପାଇଁ ଏକ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ସହିତ ସେ ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।  ସେ କହିଛନ୍ତି, ସୁଷମା ଯାହା ବି ଦେଶ ପାଇଁ କରିଛନ୍ତି, ତାହା ସବୁଦିନ ପାଇଁ ମନେ ରହିବ।



from Odisha Reporter https://ift.tt/2KkKOvN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages