ନବୀନଙ୍କୁ ପିଙ୍କିଙ୍କ ‘ବିରାଟ୍‌’ ଗୁଗ୍‌ଲି! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 18, 2019

ନବୀନଙ୍କୁ ପିଙ୍କିଙ୍କ ‘ବିରାଟ୍‌’ ଗୁଗ୍‌ଲି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଦର୍ଶନ ଭିତ୍ତିରେ ଭିଡିପି ଆସୋସିଏଟ୍ସ ପକ୍ଷରୁ କରାଯାଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଦର୍ଶାଯାଇଛି। ୮୧ ପଏଣ୍ଟ ପାଇ ସେ ଏହି ତାଲିକାର ଶୀର୍ଷରେ ଥିବା ବେଳେ ତାଙ୍କ ପଛରେ ଅଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ୭୨ ପଏଣ୍ଟ ପାଇଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୭୧ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।

ଏହି ସର୍ଭେ ରିପୋର୍ଟକୁ ଗତକାଲି ବିଜୁ ଜନତା ଦଳ ତା’ ନିଜ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ୍ କରିଛି। ତା’ସହିତ ଦଳ ପକ୍ଷରୁ ଲେଖାଯାଇଛି- ନିଜ ଜନହିତକର ପଦକ୍ଷେପ ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ହୋଇଛନ୍ତି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ। ନିର୍ବାଚନ ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପ୍ରଦର୍ଶନ ଭିତ୍ତିରେ ଭିଡିପି ଆସୋସିଏଟ୍ସ ପକ୍ଷରୁ କରାଯାଇଥିବା ସର୍ଭେରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇଛି।


ବିଜେଡିର ଏହି ଟ୍ୱିଟ୍‌ ଉପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତଥା ବିଜେପି ନେତ୍ରୀ ପିଙ୍କି ପ୍ରଧାନ। ସେ ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି,‘ସାର୍, ଅଭିନନ୍ଦନ। ହେଲେ ଅଜବ ପରିସ୍ଥିତି। କ୍ୟାପ୍‌ଟେନ୍ ସେଞ୍ଚୁରି ମାରୁଛି, କିନ୍ତୁ ଇଣ୍ଡିଆ ମ୍ୟାଚ୍ ହାରୁଛି। ନବୀନ ବାବୁ ଏକ ନମ୍ବର କିନ୍ତୁ ଓଡ଼ିଶାର ନମ୍ବର ବର୍ଷ ବର୍ଷ ଧରି ଖାଲି ଗୋଟିଏ ଜାଗାରେ କଦମତାଲ୍‌ କରୁଛି।”


ସୂଚନାଯୋଗ୍ୟ, ଚାରି ଦିନ ତଳେ ‘ଇଣ୍ଡିଆ ଟୁଡେ ଗ୍ରୁପ୍’ ପକ୍ଷରୁ ଦେଶରେ ସର୍ବାଧିକ ଲୋକପ୍ରିୟ ଓ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀମାନଙ୍କ ତାଲିକା ପ୍ରକାଶ ପାଇଥିଲା। ‘ମୁଡ୍‌ ଅଫ୍‌ ନେଶନ୍‌’ ନାମରେ କରାଯାଇଥିବା ଏହି ସର୍ଭେରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଲିକାର ପ୍ରଥମ ସ୍ଥାନରେ ରହିଥିଲେ। ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଲିକାର ତୃତୀୟ ସ୍ଥାନରେ ରହିଥିଲେ। ନବୀନଙ୍କ ସହ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରହିଥିଲେ।



from Odisha Reporter https://ift.tt/2TIu9FA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages