ସିକ୍ୟୁରିଟି କମାଇବା ପାଇଁ ସରକାରଙ୍କୁ ନିବେଦନ କଲେ ୟୁପି ରାଜ୍ୟପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

ସିକ୍ୟୁରିଟି କମାଇବା ପାଇଁ ସରକାରଙ୍କୁ ନିବେଦନ କଲେ ୟୁପି ରାଜ୍ୟପାଳ

ଲକ୍ଷ୍ନୌ: ଭିଆଇପି ସଂସ୍କୃତିକୁ ହଟାଇବାକୁ ଯାଇ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀ ବେନ୍ ପଟେଲ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ନିଜ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ହ୍ରାସ କରିବା ପାଇଁ ସେ ରାଜ୍ୟ ସରକାରଙ୍କୁ କହିଥିବା ଜଣେ ସରକାରୀ ଅଧିକାରୀ କହିଛନ୍ତି। କିନ୍ତୁ ରାଜଭବନ ପକ୍ଷରୁ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ।
ରାଜ୍ୟପାଳ ଆନନ୍ଦୀବେନ କହିଛନ୍ତି ତାଙ୍କ ସୁରକ୍ଷାରେ ନିୟୋଜିତ ଥିବା ୫୦ ସୁରକ୍ଷାକର୍ମୀ ବରଂ ଲୋକଙ୍କ ସୁରକ୍ଷାରେ ନିୟୋଜିତ ହେଲେ ଭଲ ହେବ। ଆନନ୍ଦୀବେନ ପଟେଲ ଜୁଲାଇ ୨୯ ତାରିଖରେ ଉତ୍ତର ପ୍ରଦେଶର ୨୫ତମ ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ।
ସେହିପରି ଗୃହମନ୍ତ୍ରଣାଳୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବିନାଶ ଅଓ୍ୱସ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସିକ୍ୟୁରିଟି କମାଇବା ପାଇଁ କେନ୍ଦ୍ରକୁ ନିବେଦନ କରିଛନ୍ତି। ଏବେ ଯୋଗୀ ଆଦିତ୍ୟନାଥ କେନ୍ଦ୍ର ଦ୍ୱାରା ଜେଡ୍(Z) କ୍ୟାଟେଗୋରୀ ସୁରକ୍ଷାରେ ରହିଛନ୍ତି।


from Odisha Reporter https://ift.tt/2TQDGKZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages