ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ସ୍ଥିତ ଏନ୍ଆଇଟି ପରିସରରେ ଥିବା କ୍ୱାର୍ଟର୍ସରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଏନ୍ଆଇଟିର ସହକାରୀ ପ୍ରଫେସର ଆର. ଜଲାନ୍ (୩୮) ଓ ତାଙ୍କ ପତ୍ନୀଙ୍କ ବୟସ(୩୫)। ୯ ବର୍ଷ ତଳେ ସେମାନଙ୍କ ବିବାହ ହୋଇଥିଲା। ଶ୍ରୀ ଜଲାନ୍ ଲାଇଫ୍ ସାଇନ୍ସ ବିଭାଗର ସହକାରୀ ପ୍ରଫେସର ଥିଲେ।
ଗତ ଦୁଇ ଦିନ ହେଲା ତାଙ୍କ ଘର ଭିତର ପଟୁ କବାଟ ବନ୍ଦ ଥିଲା। ତେଣୁ ଲୋକଙ୍କର ସନ୍ଦେହ ହୋଇଥିଲା। ଆଜି ଏ ସଂପର୍କରେ ଖବର ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା ଓ କବାଟ ଭାଙ୍ଗି କ୍ୱାର୍ଟର୍ସ ଭିତରେ ପଶିଥିଲା। କ୍ୱାର୍ଟର୍ସ ଭିତରେ ସେମାନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ସେଠାରେ ତଦନ୍ତ ଜାରି ରଖିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି।
from Odisha Reporter https://ift.tt/2Z9OI2T
No comments:
Post a Comment