ଜମ୍ମୁ କଶ୍ମୀରରେ ଫୋନ୍ ସେବା ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଜମ୍ମୁ କଶ୍ମୀରରେ ଫୋନ୍ ସେବା ଆରମ୍ଭ

ଶ୍ରୀନଗର: ୧୨ ଦିନ ପରେ ଜମ୍ମୁ କଶ୍ମୀରରେ ଆଜି ସକାଳଠୁ ଫୋନ୍ ସେବା ଆରମ୍ଭ ହୋଇଛି। ତେବେ ଜମ୍ମୁର କିଛି ସ୍ଥାନରେ ଟୁଜି ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଛି। ସେହିପରି କଶ୍ମୀରରେ ଇଣ୍ଟରନେଟ ସେବା ପାଇଁ ଆହୁରି କିଛି ଦିନ ଲାଗିବ ବୋଲି ଜଣାପଡ଼ିଛି।

ଜମ୍ମୁର ସାଂବା, ରିୟାସି, କଠୁଆ, ଉଧମପୁରରେ ଟୁଜି ସ୍ପୀଡରେ ଇଣ୍ଟରନେଟ୍ ରହିଛି। ରଜୋରୀରେ ୧୪୪ ଧାରା ରାତି ୯ରୁ ସକାଳ ୫ ଯାଏ ରହିବ ବୋଲି ଜଣାପଡ଼ିଛି। ଅନ୍ୟ ସମୟରେ ସ୍ୱାଭାବିକ ରହିବ ବୋଲି ରଜୋରୀ ଜିଲ୍ଲାପାଳ କହିଛନ୍ତି।

ଜମ୍ମୁ କଶ୍ମୀରରେ ଅଗଷ୍ଟ ୫ ତାରିଖଠୁ ଫୋନ୍ ଓ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଧାରା ୩୭୦ ଉଚ୍ଛେଦ ହେବା ପରେ ସରକାର ସଙ୍ଗେସଙ୍ଗେ ଫୋନ୍ ଏବଂ ମୋବାଇଲ୍ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସୋମବାର ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟ ଖୋଲିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।



from Odisha Reporter https://ift.tt/33EzySF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages