ହଙ୍ଗକଙ୍ଗ ସରକାର ବିରୋଧରେ ଜୋରଦାର ବିକ୍ଷୋଭ , ଚାଇନାକୁ ଚେତାବନୀ ଦେଲା ଆମେରିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 19, 2019

ହଙ୍ଗକଙ୍ଗ ସରକାର ବିରୋଧରେ ଜୋରଦାର ବିକ୍ଷୋଭ , ଚାଇନାକୁ ଚେତାବନୀ ଦେଲା ଆମେରିକା

ନୂଆଦିଲ୍ଲୀ: ଗତକାଲି ହଙ୍ଗକଙ୍ଗର ଭିକ୍ଟୋରିଆ ପାର୍କରେ ସ୍ଥାନୀୟ ସରକାର ବିରୋଧରେ ଲକ୍ଷ ଲକ୍ଷ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି। ଏକ ପ୍ରତ୍ୟାର୍ପଣ ବିଧେୟକକୁ ବିରୋଧ କରି ଲୋକମାନେ ବିରୋଧ କରିଛନ୍ତି। ଏହାକୁ ନଜରରେ ରଖି ଚାଇନା ହଙ୍ଗକଙ୍ଗ ସୀମାରେ ପ୍ରବଳ ସେନା ମୁତୟନ କରିଛି। ଯାହାକୁ ନେଇ ଆପତ୍ତି ଉଠାଇଛି ଆମେରିକା।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ନେଇ ଚାଇନାକୁ ଚେତବାନୀ ଦେଇଛନ୍ତି। ଯଦି ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୁଏ ତାହାଲେ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ଚୁକ୍ତି ବାତିଲ୍ ହେବ ବୋଲି ଆମେରିକା ସରକାର ଚେତାବନୀ ଦେଇଛି।

ହଙ୍ଗକଙ୍ଗରେ ବିକ୍ଷୋଭକାରୀଙ୍କୁ ବେଜିଂ ସରକାରର ଚେତାବନୀ ଦେଇଥିଲେ ମଧ୍ୟ ଗତକାଲି ପ୍ରବଳ ବର୍ଷାରେ ଲକ୍ଷ ଲକ୍ଷ ଲୋକ ଭିକ୍ଚୋରିଆ ପାର୍କରେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବରେ କଳା ଛତା ଓ ଡ୍ରେସ ପିନ୍ଧି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବିକ୍ଷୋଭ ପାଇଁ ସ୍ଥାନୀୟ ସରକାର ଅନୁମତି ଦେଇନଥିବା ଜଣାପଡ଼ିଛି।



from Odisha Reporter https://ift.tt/31Qq3ya

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages