ଝାରସୁଗୁଡ଼ା(ଭାଗିରଥୀ ସାହୁ): ଜଣେ ସାଙ୍ଗକୁ ଛାତରୁ ଠେଲି ଦୁଇ ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ଝାରସୁଗୁଡା ଜିଲ୍ଲା ଦୁର୍ଲଗା ଗାଁରୁ। ମୃତକ ହେଲେ ତପନ ସାହୁ (୨୨)। ସେ ଡ୍ରାଇଭିଂ କାମ କରନ୍ତି। ତାଙ୍କର ଦୁଇ ସାଙ୍ଗ ହେଲେ ଦେବରାଜ ସିଂହ ଓ ଦେବେନ୍ଦ୍ର କାହାଳି। ତେବେ ଦେବରାଜ ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳି ଭାବେ କାମ କରନ୍ତି।
ଗତକାଲି ରାତିରେ ତପନ ତାଙ୍କ ଘରୁ କିଛି ଖାଇବା ଧରି ଆସିଥିଲେ। ଆଉ ଏହାକୁ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଦୁର୍ଲଗା ପଞ୍ଚାୟତ କାର୍ଯ୍ୟାଳୟଠାରେ ଖାଇଥିଲେ। ଏହାପରେ ସେମାନେ ମଦ ପିଇଥିଲେ। ତେବେ ମଦ ପିଇବା ପରେ କୌଣସି କଥାକୁ ନେଇ ତିନିଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ତିନିଜଣଙ୍କ ମଧ୍ୟରେ କଳହ ଏତେ ଉଗ୍ର ରୂପ ନେଇଥିଲା ଯେ ପଞ୍ଚାୟତ ଅଫିସ ଛାତ ଉପରୁ ଦୁଇଜଣ ସାଙ୍ଗ ମିଶି ତପନକୁ ଠେଲି ଦେଇଥିଲେ।
ଆଜି ସକାଳେ ଦୁର୍ଲଗା ଗାଁ ଲୋକ ତପନର ମୃତଦେହ ଦେଖି ତାଳପଟିଆ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ଡାକ୍ତରଖାନା ପଠାଇଛି। ଏହି ଘଟଣାରେ ପୁଲିସ ଦେବରାଜ ସିଂହଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଦେବେନ୍ଦ୍ର କାହାଳି ଫେରାର ହୋଇଯାଇଛି।
from Odisha Reporter https://ift.tt/2H8seVN
No comments:
Post a Comment