ଲୋକସଭାରେ ଜମ୍ମୁ-କଶ୍ମୀରକୁ ବିଲ୍‌, ପିଓକେ ବି ଆମର: ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 5, 2019

ଲୋକସଭାରେ ଜମ୍ମୁ-କଶ୍ମୀରକୁ ବିଲ୍‌, ପିଓକେ ବି ଆମର: ଶାହ

ନୂଆଦିଲ୍ଲୀ: ରାଜ୍ୟସଭାର ଅନୁମୋଦନ ପରେ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ଓ ଧାରା ୩୭୦ ଧାରାକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବିତ ବିଲ୍‌ ଆଜି ଲୋକସଭାରେ ଆଗତ ହୋଇଛି। ବିରୋଧଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି।

ସେ ବିଲ୍‌ ଉପସ୍ଥାପନ କରି ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ବି ଆମର ବୋଲି କହିଛନ୍ତି। ଶ୍ରୀ ଶାହ କହିଛନ୍ତି, “ଜମ୍ମୁ-କଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ। ପିଓକେ ମଧ୍ୟ ଏହା ମଧ୍ୟରେ ଆସୁଛି। ଆମେ କଶ୍ମୀର ପାଇଁ ଜୀବନ ଦେବାକୁ ପ୍ରସ୍ତୁତ। କଶ୍ମୀର ସମସ୍ୟାର ସମାଧାନ ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି। କ’ଣ କଂଗ୍ରେସ ପୂର୍ବଭଳି ଜମ୍ମୁ-କଶ୍ମୀର ସମସ୍ୟାର ସମାଧାନ ପାଇଁ ଜାତିସଂଘ ସଂକଳ୍ପ ଆଣୁ ବୋଲି ଚାହୁଁଛି କି? କଶ୍ମୀର ବିକାଶ ହେଉଛି ଆମର ମୂଳ ଏଜେଣ୍ଡା।”

ତେବେ ଏହି ବିଲକୁ ରାଜ୍ୟସଭା ପରି ଲୋକସଭାରେ ମଧ୍ୟ କଂଗ୍ରେସ ବିରୋଧ କରିଛି। କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, “ମୁଁ ଭାବୁଛି ଆପଣ କେବେ ହେଲେ ପିଓକେ କଥା ଚିନ୍ତା କରୁନାହାନ୍ତି। ଆପଣମାନେ ସମ୍ବିଧାନର ନିୟମକୁ ଉଲ୍ଲଙ୍ଘନ କରି ଗୋଟିଏ ରାଜ୍ୟକୁ ରାତାରାତି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦେଇଛନ୍ତି।”

କଂଗ୍ରେସର ମନୀଷ ତିୱାରୀ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ବର୍ତ୍ତମାନ ଏହା ଉପରେ ଲୋକସଭାରେ ବିତର୍କ ଚାଲିଛି। ସନ୍ଧ୍ୟାରେ ବିଲ୍‌ ଉପରେ ଭୋଟ ହେବ। ବିଜେପି ପାଖରେ ବିଲ୍‌ ପାସ୍‌ ପାଇଁ ଲୋକସଭାରେ ଆବଶ୍ୟକ ସଂଖ୍ୟା ଥିବାରୁ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ ହେବା ଏକ ପ୍ରକାରର ନିଶ୍ଚିତ।



from Odisha Reporter https://ift.tt/2YIPyze

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages