ସୁଷମାଙ୍କ ସେଇ ଶେଷ ଟ୍ୱିଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 6, 2019

ସୁଷମାଙ୍କ ସେଇ ଶେଷ ଟ୍ୱିଟ୍‌

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କର ମଙ୍ଗଳବାର ରାତିରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍‌ପିଟାଲ୍‌ରେ ପରଲୋକ ହୋଇଯାଇଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।

ଗତକାଲି ଏ ଘଟଣା ଘଟିବା ପୂର୍ବରୁ ସେ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍‌ରେ ସେ ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ।

ସୁଷମା ଲେଖିଥିଲେ- ପ୍ରଧାନମନ୍ତ୍ରୀ ଜୀ, ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ମୋ ଜୀବନରେ ଏହି ଦିନଟିକୁ ଅପେକ୍ଷା କରିଥିଲି।


ଧାରା ୩୭୦ ଉଚ୍ଛେଦ ନେଇ ସେ ସୋମବାର ବି ଏକାଧିକ ଟ୍ୱିଟ୍ କରିଥିଲେ, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ୍ ଦେଇଥିଲେ। ଏହାକୁ ସରକାରଙ୍କର ଏକ ବଳିଷ୍ଠ ଓ ଐତିହାସିକ ପଦକ୍ଷେପ ବୋଲି ସେ ଲେଖିଥିଲେ। ସେହିପରି ଡକ୍ଟର ଶ୍ୟାମା ପ୍ରସାଦ ମୂଖାର୍ଜୀଙ୍କ ସ୍ୱପ୍ନ ପୂରଣ ହୋଇଥିବା ମଧ୍ୟ ଲେଖିଥିଲେ।


ସୂଚନାଯୋଗ୍ୟ, ସରକାରଙ୍କ ନୂଆ ପଦକ୍ଷେପ ଅନୁଯାୟୀ, ଏବେ ଜମ୍ମୁକଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହେବା ସହିତ ଏଥିରୁ ଲଦାଖ ବାହାରି ଯାଇଛି। ଲଦାଖ ବି କେନ୍ଦ୍ର ଶାସିତ ଅଞ୍ଚଳ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସରକାରରେ ସୁଷମା ସ୍ୱରାଜ ବୈଦେଶିକ ମନ୍ତ୍ରୀ ଥିଲେ। ତାଙ୍କ ଅମଳରେ ସେ ଟ୍ୱିଟରରେ ଭାରି ସକ୍ରିୟ ରହୁଥିଲେ। ଏହାରି ମାଧ୍ୟମରେ ସେ ଲୋକଙ୍କ ସହିତ ସିଧାସଳଖ ଯୋଡ଼ି ହୋଇ ସେମାନଙ୍କ ସମସ୍ୟାର ସମାଧାନ କରୁଥିଲେ। ଏଥିଯୋଗୁ ସେ ବେଶ୍ ପ୍ରଶଂସିତ ହେବା ସହିତ ଲୋକଙ୍କ ବିଶ୍ୱାସ ଜିତିପାରିଥିଲେ। ଅସୁସ୍ଥତା କାରଣରୁ ସେ ଗତ ସାଧାରଣର ନିର୍ବାଚନ ଲଢ଼ି ନଥିଲେ।



from Odisha Reporter https://ift.tt/2OSvScO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages