ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଗତକାଲି କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର କୂଟନୀତି ଫେଲ୍ ମାରିଛି। ଏହା ପରେ ସାମ୍ୱାଦିକ ସମ୍ମିଳନୀରେ ପାକିସ୍ତାନର ଗଣମାଧ୍ୟମର ଜଣେ ସାମ୍ୱାଦିକଙ୍କ ପ୍ରଶ୍ନ ଉତ୍ତର ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଭାରତର ସ୍ଥାୟୀ ରାଜଦୂତ ସୟିଦ ଅକବରଉଦ୍ଦିନ।
ପ୍ରେସ୍ କନଫରେନସ ଟେବୁଲ ପାଖକୁ ସୟିଦ ଅକବରଉଦ୍ଦିନ ଆସିବା ମାତ୍ରେ ପାକିସ୍ତାନର ସାମ୍ୱାଦିକ ପଚାରିଥିଲେ କେବେ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ଆଲୋଚନା କେବେ କରିବ ? ଏହାପରେ ସୟିଦ ଅକବରଉଦ୍ଦିନ ତତକ୍ଷଣାତ୍ ତାଙ୍କ (ପାକିସ୍ତାନ ସାମ୍ୱାଦିକ) ପାଖକୁ ଯାଇ କହିଥିଲେ ମୁଁ ଆପଣଙ୍କ ପାଖକୁ ଆସିଯାଇଛି। ଏବେ ଆରମ୍ଭ କରିବା କଥାବାର୍ତ୍ତା। ଦିଅନ୍ତୁ ଆପଣଙ୍କ ହାତ ବଢ଼ାନ୍ତୁ (ହେଣ୍ଡସେକ୍ କରିବା ପାଇଁ)।
ଏହାପରେ ସୟିଦ ଅକବରଉଦ୍ଦିନ କହିଥିଲେ ଏମିତି ଆମେ (ଭାରତ) ଆପଣଙ୍କୁ(ପାକିସ୍ତାନକୁ) ଆଗ ହାତ ବଢ଼ାଇ କହି ସାରିଛି ଆମେ ଶିମଲା ଚୁକ୍ତିକୁ ନେଇ ପ୍ରତିବଦ୍ଧ।
#WATCH: Syed Akbaruddin, India’s Ambassador to UN says,”so, let me start by coming across to you and shaking hands. All three of you,” to a Pakistani journalist when asked,”when will you begin a dialogue with Pakistan?” pic.twitter.com/0s06XAaasl
— ANI (@ANI) August 16, 2019
ଏହାପରେ ପାକିସ୍ତାନର ସାମ୍ୱାଦିକ ଟିକିଏ ଅଟକି କହିଥିଲେ ହଉ ଠିକ୍ ଅଛି ଏ ନେଇ ମୁଁ ଏବେ ପାକିସ୍ତାନର ପ୍ରତିକ୍ରିୟାକୁ ଅପେକ୍ଷା କରିଛି। ଏହାପରେ ପାକିସ୍ତାନ ସାମ୍ୱାଦିକଙ୍କ ମୁହଁ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ପାଖରେ ଥିବା ଅନ୍ୟ ଦେଶର ସାମ୍ୱାଦିକ ମଧ୍ୟ ସୟିଦ ଅକବରଉଦ୍ଦିନଙ୍କ ଏପରି ବ୍ୟବହାର ଦେଖି ହସି ଉଠିଥିଲେ।
#WATCH New York: India’s Ambassador and Permanent Representative to the United Nations, Syed Akbaruddin responds to a journalist when he asks, “Don’t these restrictions undermine the image of India of being an open democracy?” pic.twitter.com/g33vbjuBJm
— ANI (@ANI) August 16, 2019
ଏହି ଅବସରରେ ସେ ତାଙ୍କର ଚାଇନା ଏବଂ ପାକିସ୍ତାନ ପ୍ରତିପକ୍ଷଙ୍କ ଉପରେ ମଧ୍ୟ ଟିପ୍ପଣୀ ଦେଇଥିଲେ। କହିଥିଲେ ଏହି ଦୁଇ ଦେଶର ସ୍ଥାୟୀ ରାଷ୍ଟ୍ରଦୂତ ଆଗୁଆ ପଢ଼ିକି ମଧ୍ୟ ସାମ୍ୱାଦିକଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଚାଲିଯାନ୍ତି। ଏହି ଟେବୁଲକୁ ଯିଏ ବି ଆସେ ସିଏ ଟିକିଏ କିଛି କହି ପଳାଇଯାନ୍ତି। କିନ୍ତୁ ସେ ଜଣେ ଖୋଲା ଗଣତନ୍ତ୍ର ରାଷ୍ଟ୍ରର ସ୍ଥାୟୀ ରାଷ୍ଟ୍ରଦୂତ ଭାବରେ ଏଠି ଉପସ୍ଥିତ ରହିଛନ୍ତି। ଆପଣ ଯାହା ପଚାରିବେ ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ ଅଛି।
from Odisha Reporter https://ift.tt/2OZvJEk
No comments:
Post a Comment