ପୋଷ୍ଟରକୁ ନେଇ ବିବାଦ; ସୋଶାଲ୍ ମିଡିଆରେ ପ୍ରତିବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 17, 2019

ପୋଷ୍ଟରକୁ ନେଇ ବିବାଦ; ସୋଶାଲ୍ ମିଡିଆରେ ପ୍ରତିବାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାନ୍‌କ୍ରିୟାସ୍‌ (ଅଗ୍ନାଶୟ) ଜନିତ ରୋଗରେ ଆକ୍ରାନ୍ତ ହେବାର ପ୍ରାୟ ବର୍ଷେ ପରେ ପୁଣି ଥରେ ବଡ଼ ପରଦାକୁ ଲିଡ୍‌ ରୋଲ୍‌ରେ ଆସୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍। ଆସନ୍ତା ମାସରେ ଗଣେଶ ପୂଜା ଉପଲକ୍ଷେ ରିଲିଜ୍ ହେବ ତାଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’। ତେବେ ତା’ ପୂର୍ବରୁ ଏହି ଫିଲ୍ମର ପୋଷ୍ଟରକୁ ନେଇ ଦେଖା ଦେଇଛି ବିବାଦ।

ଏହି ପୋଷ୍ଟରରେ ୭ଜଣ ଝିଅ ତଳେ ଆଣ୍ଠେଇ ବସିଛନ୍ତି ଓ ସେମାନଙ୍କଠାରେ ଲାଗିଥିବା ରଶିକୁ ଧରି ସାରଥି ଷ୍ଟାଇଲ୍‌ରେ ଛିଡ଼ା ହୋଇଛନ୍ତି ପପୁ। ଏହି ପୋଷ୍ଟରକୁ ସୋଶାଲ୍ ମିଡିଆରେ ଦୃଢ଼ ନିନ୍ଦା କରାଯାଇଛି। ଏଥିରେ ନାରୀମାନଙ୍କୁ ଅସମ୍ମାନିତ କରାଯାଇଥିବା କୁହାଯାଇଛି। ତା’ସହିତ ଏହା ସମାଜକୁ ଏକ ଖରାପ ବାର୍ତ୍ତା ଦେଉଛି ବୋଲି ଫେସ୍‌ବୁକ୍‌ରେ ଅନେକ ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି।

 

ବିଶିଷ୍ଟ ଓଡ଼ିଆ ଆଥଲେଟ୍‌ ତଥା ଦୌଡରାଣୀ ଦୂତି ଚାନ୍ଦ ମଧ୍ୟ ସୋଶାଲ୍ ମିଡିଆ ମାଧ୍ୟମରେ ଏହି ପୋଷ୍ଟରକୁ ବିରୋଧ କରିଛନ୍ତି। ସେ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରେ ଲେଖିଛନ୍ତି-  ମୁଁ ଏ ପୋଷ୍ଟରକୁ ବିରୋଧ କରୁଛି। ନାରୀମାନଙ୍କୁ ଏ କି ସମ୍ମାନ? ନାରୀ ମାନେ କ’ଣ ପୁରୁଷଙ୍କ ପାଇଁ କୁକୁର? ଏ ପୋଷ୍ଟର ମୋତେ ଜମା ଭଲ ଲାଗୁନି। ସିଦ୍ଧାର୍ଥ ମ୍ୟୁଜିକ୍‌କୁ ଅନୁରୋଧ, ଏ ପୋଷ୍ଟରଟିକୁ ଜଲ୍‌ଦି ହଟାନ୍ତୁ।

କେବଳ ଦୂତି ନୁହନ୍ତି, କିଛି ସାମ୍ବାଦିକ ଓ ଲେଖକ ମଧ୍ୟ ଏହି ପୋଷ୍ଟରକୁ ନିନ୍ଦା କରିଛନ୍ତି। ଅଭିନାଶ ମହାପାତ୍ର ନାମକ ଜଣେ ଫେସ୍‌ବୁକ୍ ଆକାଉଣ୍ଟ୍‌ଧାରୀ ଅଗଷ୍ଟ ୧୫ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ମିଶନ୍‌ ମଙ୍ଗଲ’ ଓ ‘ମିଷ୍ଟର କହ୍ନେୟା’କୁ ଏକତ୍ର ପୋଷ୍ଟ୍ କରି ଲେଖିଛନ୍ତି- ବାସ୍ତବରେ ଓଡ଼ିଆ ଚଳଚ୍ଚିତ୍ରର ଗତି କୁଆଡ଼େ?

ତାଙ୍କର ଏହି ପୋଷ୍ଟ୍ ଉପରେ ପ୍ରତିକ୍ରିୟା ଦେଇ ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତା କହିଛନ୍ତି ଯେ, ନିର୍ଦ୍ଦେଶକ ମାନେ ସବୁବେଳେ କହୁଛନ୍ତି ସେମାନେ ଦର୍ଶକଙ୍କ ପସନ୍ଦ ଅନୁସାରେ ଫିଲ୍ମ ଆଉ ପୋଷ୍ଟର କରନ୍ତି।  ଫିଲ୍ମ ନିର୍ମାଣକାରୀ ସଂସ୍ଥା ଏମିତି ପୋଷ୍ଟର କରି କେବଳ ଦର୍ଶକମାନଙ୍କ ମୁଣ୍ଡରେ ଅଠା ବୋଳି ଦେଉଛନ୍ତି।

‘ମିଶନ ମଙ୍ଗଲ’ର ଗୋଟେ ପୋଷ୍ଟରରେ ଅକ୍ଷୟ କୁମାର ଓ ଅନ୍ୟ ଅଭିନେତାମାନେ ପଛରେ ରହିଥିବା ବେଳେ ଅଭିନେତ୍ରୀ ବିଦ୍ୟା ବାଲାନ୍‌, ତାପସୀ ପନ୍ନୁ, ନିତ୍ୟା ମେନନ୍, ସୋନାକ୍ଷୀ ସିହ୍ନା ଏବଂ କୀର୍ତ୍ତି କୁହ୍ଲାରି ଆଗରେ ଛିଡ଼ା ହୋଇଛନ୍ତି। ନାରୀ ମାନଙ୍କୁ ଏମିତି ସମ୍ମାନ ମିଳିବା ଉଚିତ୍‌ କହି କିଛି ଲୋକ ଏହି ପୋଷ୍ଟରକୁ ପୋଷ୍ଟ୍ କରିଛନ୍ତି।

ତେବେ ଏସମ୍ପର୍କରେ ପପୁ କିମ୍ବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନା ଅନୁଯାୟୀ, ମିଷ୍ଟର କହ୍ନେୟା  ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୭ତମ ଚଳଚ୍ଚିତ୍ର। ଫିଲ୍ମରେ ପପୁଙ୍କ ସହ ଲିଡ୍‌ ରୋଲରେ ରହିଛନ୍ତି ଝିଲିକ୍‌। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ।



from Odisha Reporter https://ift.tt/2TDE9Qs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages