‘ରଗଡା ପେଟିସ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

‘ରଗଡା ପେଟିସ୍‌’

ଆବଶ୍ୟକ ସାମଗ୍ରୀ: ଆଳୁ ଚକଟା, ଅଦା ପେଷ୍ଟ୍‌, ଧନିଆ ଗୁଣ୍ଡ, ହଳଦୀ ଗୁଣ୍ଡ, ଭିଜା ମଟର, ଟମାଟେ, ଫେଣ୍ଟା ଦହି, ରସୁଣ ପେଷ୍ଟ୍‌, ଲଙ୍କା ଗୁଣ୍ଡ, ଚାଟ୍‌ ମସଲା, ପୁଦିନା-ଧନିଆ ଚଟଣି, ପିଆଜ, ବ୍ରେଡ୍‌ କ୍ରମ୍ବସ୍‌, ଟମାଟୋ ପ୍ୟୁରୀ, ତେନ୍ତୁଳି ଚଟଣି, ସେଉ, ତେଲ ଏବଂ ଲୁଣ।

ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁ ଚକଟାରେ ଅଦା-ରସୁଣ ପେଷ୍ଟ୍‌, ଜିରା-ଧନିଆ ଗୁଣ୍ଡ, ଚାଟ୍‌ ମସଲା ଏବଂ ଲୁଣ ପକାନ୍ତୁ। ଏବେ ଏ ସବୁକୁ ଏକାଠି ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏଥିରେ ବ୍ରେଡ୍‌ କ୍ରମ୍ବସ୍‌ ପକାଇ ଭଲ ଭାବେ ନରମ ହେବା ଯାଏ ଚକଟନ୍ତୁ। ଏହି ମିଶ୍ରଣକୁ ନେଇ ବଡ଼ ବଡ଼ ଗୁଳା ତିଆରି କରନ୍ତୁ ଓ ପରେ ପାପୁଲିରେ ଚାପି ଅଳ୍ପ ଚେପ୍‌ଟା କରନ୍ତୁ।

ଏହା ପରେ ଗ୍ୟାସ୍‌ରେ ମଧ୍ୟମ ଆଞ୍ଚରେ ତାୱା ବସାଇ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହୋଇଗଲା ପରେ ଆଳୁରେ ତିଆରି ମିଶ୍ରଣର ଗୁଳାକୁ ଗୋଟି ଗୋଟି କରି ସେଥିରେ ଛାଡ଼ନ୍ତୁ। ଗୁଳା ଗୁଡ଼ିକର ଉଭୟ ପାର୍ଶ୍ୱ ଗୋଲ୍ଡେନ୍‌ ବ୍ରାଉନ୍‌ ରଙ୍ଗ ହୋଇଗଲେ, ସେଗୁଡ଼ିକୁ କାଢ଼ି ଦିଅନ୍ତୁ।

ରଗଡା ତିଆରି କରିବା ଲାଗି ଭିଜା ହୋଇ ରହିଥିବା ମଟରକୁ ପ୍ରେସର୍‌ କୁକରରେ ସିଝାନ୍ତୁ। ଅନ୍ୟ ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏଥିରେ ପିଆଜ ପକାଇ ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ଭାଜନ୍ତୁ। ଏବେ ଏଥିରେ  ଅଦା ଓ ରସୁଣ ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମ ମସଲା, ଚାଟ୍‌ ମସଲା ପକାଇ ୧ରୁ ୨ ମିନିଟ୍‌ ଯାଏ ଧୀରେ ଧୀରେ ଗୋଳାନ୍ତୁ। ଏହି ମିଶ୍ରଣରେ କଟା ଟମାଟୋ, ଟମାଟୋ ପ୍ୟୁରି ଓ ଲୁଣ ପକାନ୍ତୁ। ଏବେ ଏହାକୁ ଘୋଡ଼ାଇ ଦିଅନ୍ତୁ। ଫଳରେ ଟମାଟୋ ଶୀଘ୍ର ନରମ ହୋଇଯିବ।

ଏହା ପରେ ସିଝା ଯାଇଥିବା ମଟରକୁ ସେଥିରେ ପକାଇ ଭଲ ଭାବେ କଷନ୍ତୁ। ତା’ପରେ ଏଥିରେ ପାଣି ପକାନ୍ତୁ ଓ ଏହାକୁ ଘୋଡ଼ାଇ ଫୁଟିବା ପାଇଁ ଛାଡ଼ି ଦିଅନ୍ତୁ। ଏହା ଥରେ ଭଲ ଭାବେ ଫୁଟି ଗଲା ପରେ ଗ୍ୟାସ୍‌ର ଆଞ୍ଚକୁ ଧିମା କରି ସେଥିରେ ଫେଣ୍ଟା ଦହି ପକାଇ ଦିଅନ୍ତୁ। ତା’ ଦୁଇରୁ ତିନି ମିନିଟ୍ ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ରଗଡ଼ା।

ଏବେ ଏକ ପ୍ଲେଟ୍‌ରେ ରଗଡ଼ାକୁ ଢାଳନ୍ତୁ। ତା’ ଉପରେ ଆଳୁର ପେଟିସ୍‌ ରଖନ୍ତୁ। ଏହା ଉପରେ କଟା ପିଆଜ, ଦହି, ସେଉ ଓ ଚଟଣି ଆଦି ପକାଇ ଗରମ ଗରମ ପରଷନ୍ତୁ।



from Odisha Reporter https://ift.tt/2ZsJb3A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages