ହୋଇ ପାରୁନି ସତ୍କାର, ୩ ଦିନ ହେଲେ ପଡ଼ି ରହିଛି ମହିଳାଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 15, 2019

ହୋଇ ପାରୁନି ସତ୍କାର, ୩ ଦିନ ହେଲେ ପଡ଼ି ରହିଛି ମହିଳାଙ୍କ ମୃତଦେହ

ବାରିପଦା( ମାଣିକଲାଲ ପାଣି): ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ମୁକୁଳି ପାରୁନାହାନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ। ବହୁ ସଚେତନତାମୂଳକ କାର୍ଯ୍ୟକ୍ରମ ସତ୍ତ୍ୱେ ଦୂର ହେଉନି ସାମାଜିକ କୁସଂସ୍କାର । ଆଉ ଏହାର କୁପରିଣାମ ଭୋଗୁଛନ୍ତି ନିରୀହ ଆଦିବାସୀ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲା କୁଳିଅଣା ଥାନା ଅଧୀନ କୁଚେଇ ଗାଁରେ। ଏହି ଗାଁର ପାର୍ବତୀ ସରେନ(୨୫) ନାମ୍ନୀ ମହିଳାଙ୍କର ଅସୁସ୍ଥତା ହେତୁ ୩ ଦିନ ପୂର୍ବେ ମୃତ୍ୟୁ ଘଟିଛି।  ଗତ ବୁଧବାର ପାର୍ବତୀଙ୍କର ମୃତ୍ୟୁ ଘଟିଥିବା ବେଳେ  ଆଜି ଯାଏ ସତ୍କାର ହୋଇ ନ ପାରି ପଡ଼ି ରହିଛି ମୃତଦେହ।

ମୃତା ପାର୍ବତୀଙ୍କ ଶ୍ୱଶୁର ଅନ୍ୟ ଜାତିରେ ବିବାହ କରିଥିବାରୁ କଂଗାରୁ କୋର୍ଟରେ ଜରିମାନା କରିଥିଲେ ଗ୍ରାମବାସୀ। ମହିଳାଙ୍କ ସ୍ୱାମୀ ଗାଁରେ ଜରିମାନା ଟଙ୍କା ଦେଇନପାରିବାରୁ ଗ୍ରାମବାସୀ ମୃତଦେହ ଉଠାଉନାହାନ୍ତି  ।

ଏହି ଖବର ପ୍ରଚାରିତ ହେବା ପରେ ଶୁକ୍ରବାର ସକାଳେ ମୟୂରଭଞ୍ଜ ଆଡିସନାଲ ଏସ୍‌ପି ଅଭିମନ୍ୟୁ ନାୟକ, କୁଳିଅଣା ଥାନା ପୁଲିସ୍‌ ପହଞ୍ଚି ଗ୍ରାମବରସୀଙ୍କ ସହ ଆଲୋଚନା କରୁଛନ୍ତି।



from Odisha Reporter https://ift.tt/2Mj5rLd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages