ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ୩ ସପ୍ତାହ ପରେ ବିଏସ୍ ୟେଦ୍ୟୁରପ୍ପା ଶେଷରେ ଆଜି ନିଜ କ୍ୟାବିନେଟ୍ ମନ୍ତ୍ରୀ ମାନଙ୍କୁ ଚୟନ କରିଛନ୍ତି। ୟେଦ୍ୟୁଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ଥିବା ୧୭ ଜଣ ସଦସ୍ୟଙ୍କୁ ଆଜି ରାଜ୍ୟପାଳ ବାଜୁଭାଇ ବାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ୟେଦ୍ୟୁ ମନ୍ତ୍ରିମଣ୍ଡଳ ଗଠନ କରିବାରେ ବିଳମ୍ବ କରୁଥିବାରୁ ଏହାକୁ କଂଗ୍ରେସ ଓ ଜେଡିଏସ ପକ୍ଷରୁ ସମାଲୋଚନା କରାଯାଇଥିଲା। ତେବେ ଗତକାଲି ୟେଦ୍ୟୁରପ୍ପା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଭେଟି ମନ୍ତ୍ରିମଣ୍ଡଳରେ ସାମିଲ ଥିବା ସଦସ୍ୟଙ୍କ ଚୂଡ଼ାନ୍ତ ତାଲିକା ଆଣିଥିଲେ। ଏହାପରେ ଆଜି ୧୭ ଜଣଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।
ଦୀର୍ଘ ୨୦ ଦିନ କାଳ ୟେଦ୍ୟୁ ଏକାକୀ କର୍ଣ୍ଣାଟକା କ୍ୟାବିନେଟ୍ ଚଳାଇଥିଲେ। ଏହି ସମୟରେ କର୍ଣ୍ଣାଟକାରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା। ଯେଉଁଥିରେ ୮୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି। ଏହି ସମୟରେ ଲୋକଙ୍କ ସମସ୍ୟାକୁ ନେଇ ବିରୋଧୀ ଦଳଗୁଡ଼ିକ ୟେଦ୍ୟୁଙ୍କୁ ଦାୟୀ କରିଥିଲେ।
from Odisha Reporter https://ift.tt/30kmM9F
No comments:
Post a Comment