କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ନିକଟ ନେଙ୍କଡ଼ାପାଲୀ ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୁଦ୍ଧା ଓ ତାଙ୍କ ପୁତୁରାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସୁବାସ ମୁଣ୍ଡା(୬୦) ଓ ପୁତୁରା ଚେତନ ମୁଣ୍ଡା(୨୭)।
ଏମାନଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ଘଟଣାରେ ଗାଁର ରାମ ମୁଣ୍ଡା ନାମକ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁସାରେ, ରାମଙ୍କ ଝିଅର ବାରମ୍ବାର ଦେହ ଖରାପ ହେଉଥିଲା। ସୁବାସ ତାଙ୍କ ଝିଅକୁ ଗୁଣି କରିଥିବା ସେ ସନ୍ଦେହ କରୁଥିଲେ।
ଗତକାଲି ସୁବାସ ଘରେ ଶୋଇଥିବା ବେଳେ ରାମ ଓ ଗାଁର କିଛି ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ତାଙ୍କ ପୁତୁରା ଚେତନକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାରେ ଅନ୍ୟ ଅଭିଯୁକ୍ତମାନେ ଫେରାର୍ ଅଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।
from Odisha Reporter https://ift.tt/2NfrvWJ
No comments:
Post a Comment