ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ପି. ଚିଦାମ୍ୱରମଙ୍କ ଏକ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ତାଙ୍କ ଅଗ୍ରୀମ୍ ଜାମିନ୍ ଖାରଜ କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପି. ଚିଦାମ୍ୱରମ୍। ବିଚାରପତି ଜଷ୍ଟିସ ଆର ଭାନୁମତି ଏବଂ ଏସ ବୋପନ୍ନାଙ୍କୁ ନେଇ ଗଠିତ ବେଞ୍ଚ୍ ଏହି ମାମଲାର ଶୁଣାଣି କରିବେ।
ବୁଧବାର ଏହି କଂଗ୍ରେସ ନେତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତତ୍କାଳ ଜାମିନ୍ ପାଇଁ ଆବେଦନ କରିଥିଲେ ହେଲେ ତତ୍କାଳ ଶୁଣାଣି ପାଇଁ ମନା କରିଦେଇଥିଲେ ସୁପ୍ରିମକୋର୍ଟ। ପରେ ଆଜି ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ, ବୁଧବାର ସୁପ୍ରିମକୋର୍ଟ ତାଙ୍କୁ ଅଗ୍ରୀମ ଜାମିନ୍ ନଦେବା ପରେ ରାତିରେ ନାଟକୀୟ ଢଙ୍ଗରେ ସିବିଆଇ ପି ଚିଦାମ୍ୱରମଙ୍କୁ ଗିରଫ କରିଥିଲା। ଏହାପରେ ଗତକାଲି ସିବିଆଇ କୋର୍ଟ ତାଙ୍କୁ ଅଗଷ୍ଟ ୨୬ ଯାଏ ରିମାଣ୍ଡରେ ପଠାଇ ଦେଇଛି।
ୟୁପିଏ-୧ ସରକାରରେ ଚିଦାମ୍ୱରମ ଅର୍ଥମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡିଆ କମ୍ପାନୀରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲେ। ତାଙ୍କ ପୁଅ କାର୍ତ୍ତୀ ଚିଦାମ୍ୱରମଙ୍କ ମାଧ୍ୟମରେ ଏହି ଦୁର୍ନୀତି ହୋଇଥିବା ସିବିଆଇ ଜାଣିବାକୁ ପାଇଛି।
from Odisha Reporter https://ift.tt/2NrGZHk
No comments:
Post a Comment