ଫୁଲବାଣୀ(ଓଡ଼ିଶା ରିପୋର୍ଟର): ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଏକାଦଶ ଶ୍ରାଦ୍ଧ ବାର୍ଷିକୀ। ସ୍ୱାମୀଜୀଙ୍କ କନ୍ଧମାଳ ଚକାପାଦସ୍ଥିତ ଗୁରୁକୁଳ ସଂସ୍କୃତ ବିଦ୍ୟାଳୟ ଏବଂ ଜଲେଶପଟା କନ୍ୟାଶ୍ରମରେ ଅନ୍ତେବାସୀମାନେ ସ୍ୱାମୀଜୀଙ୍କ ଶ୍ରାଦ୍ଧବାର୍ଷିକୀ ସହିତ ନନ୍ଦ ଉତ୍ସବ ପାଳନ କରିବେ।
ସେହିପରି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଫୁଲବାଣୀ ସହରର ଗାନ୍ଧୀ ସ୍ମୃତି ଭବନରେ ସ୍ୱାମୀଜୀଙ୍କ ଉଦ୍ଦେଶ୍ୟରେ ଏକ ଜିଲ୍ଲାସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା କରାଯିବ। ଏଥିପାଇଁ କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଭିନ୍ନ ସ୍ଥାନରେ ପୁଲିସ ନାକାବନ୍ଦି କରି ଯାଞ୍ଚକୁ କଡାକଡ଼ି କରୁଛି।
ଚକାପାଦ ଏବଂ ଜଳେଶପଟ୍ଟା ଆଶ୍ରମରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ଅଘଟଣ ଆଶଙ୍କାରେ ଡିଏସ୍ପି ଏବଂ ଅତିରିକ୍ତ ଏସ୍ପି ଆଶ୍ରମରେ କ୍ୟାମ୍ପ କରିଛନ୍ତି। ସେହିଭଳି ଫୁଲବାଣୀରେ ମଧ୍ୟ ଅଧିକ ୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।
from Odisha Reporter https://ift.tt/2MylBQG
No comments:
Post a Comment