ଗାଁ ଉଦ୍ୟାନରୁ ଖଗେଶ୍ୱରଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 16, 2019

ଗାଁ ଉଦ୍ୟାନରୁ ଖଗେଶ୍ୱରଙ୍କ ମୃତଦେହ ଉଦ୍ଧାର

କରଞ୍ଜିଆ (ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବଳା ଗାଁରେ ଥିବା ଏକ ଉଦ୍ୟାନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଖଗେଶ୍ୱର ପଟୁଳିଆ। ତାଙ୍କ ଘର ସେହି ବଳା ଗାଁରେ।

ଗତକାଲି ରାତି ପ୍ରାୟ ୯ଟାରେ ସେ ଘରୁ ବାହାରକୁ କେଉଁଆଡ଼େ ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ତେଣୁ ରାତିରେ ତାଙ୍କ ଘର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଏହି ସମୟରେ ଉଦ୍ୟାନ ଭିତରେ ତାଙ୍କ ମୃତଦେହ ଠାବ କରିଥିଲେ।

ଏନେଇ ଆଜି ସକାଳେ ତାଙ୍କ ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଉଦ୍ୟାନରେ ବେଆଇନ ମଦ ଓ ଦେହ ବେପାର ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଉଦ୍ୟାନ ମାଲିକ ନଆସିବା ପର୍ଯ୍ୟନ୍ତ ମୃତଦେହ ଉଠାଇବାକୁ ଦିଆଯିବନି ବୋଲି ଗାଁଲୋକେ ଜିଦ୍‌ ଧରିଛନ୍ତି। ପୁଲିସ୍‌ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛି।



from Odisha Reporter https://ift.tt/2N7RO0K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages