ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇକୁ ସାମ୍ୱିଧାନିକ କ୍ଷମତା ଦେବା ଜରୁରୀ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଗତକାଲି ସିବିଆଇ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି। କୌଣସି ମାମଲାରେ ରାଜନୀତିକ ହସ୍ତକ୍ଷେପ ନରହିଲେ ସିବିଆଇ ଭଲ କାମ କରୁଛି ବୋଲି ମଧ୍ୟ ସେ କହିଛନ୍ତି।
ଗତକାଲି ଜଷ୍ଟିସ ଗୋଗୋଇ ଡି.ପି. କୋହଲି ସ୍ମାରକ କାର୍ଯ୍ୟକ୍ରମର ୧୮ତମ ସଂସ୍କରଣରେ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ତଦନ୍ତକାରୀ ସଂସ୍ଥା ସିବିଆଇକୁ ନେଇ ମତ ରଖିଥିଲେ। ସେ କହିଥିଲେ କୌଣସି ମାମଲାରେ ସାଧାରଣ ଲୋକଟେ ନ୍ୟାୟ ପାଇଁ ସବୁବୁଳେ ସିବିଆଇ ତଦନ୍ତ ଦାବି କରେ। କାରଣ ସିବିଆଇ ଦ୍ୱାରା କୌଣସି ମାମଲା ତଦନ୍ତ ହେଲେ ତାହା ନିରପେକ୍ଷ ଏବଂ ସ୍ୱଚ୍ଛ ରହିଥାଏ ବୋଲି ସାଧାରଣ ଲୋକଙ୍କ ବିଶ୍ୱାସ ରହିଛି। ସିବିଆଇ ମଧ୍ୟ ଅନେକ ମାମଲାରେ ନିରପେକ୍ଷ ତଦନ୍ତ ସାଙ୍ଗକୁ ଭଲ କାମ କରୁଛି ବୋଲି ମଧ୍ୟ ପ୍ରଧାନ ବିଚାରପତି କହିଥିଲେ।
ହେଲେ କୌଣସି ହାଇ ପ୍ରୋଫାଇଲ୍ ମାମଲାରେ କିମ୍ୱା ରାଜନୀତିକ ହସ୍ତକ୍ଷେପ ରହିଲେ ସିବିଆଇ ଅନ୍ୟ ମାମଲା ଭଳି ଭଲ କାମ କରି ପାରୁ ନାହିଁ ବୋଲି ଜଷ୍ଟିସ ଗୋଗୋଇ କହିଥିଲେ। ତେଣୁ ସିବିଆଇକୁ କଣ୍ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଭଳି ସାମ୍ୱିଧାନିକ କ୍ଷମତା ଦିଆଯିବା ଦରକାର ବୋଲି ସେ କହିଥିଲେ। ଏହା ଦ୍ୱାରା ସିବିଆଇ ପ୍ରଶାସନିକ ନିୟନ୍ତ୍ରଣଠାରୁ ଅଲଗା ହୋଇ ଆହୁରି ଭଲ କାମ କରିପାରିବ ବୋଲି ସେ କହିଥିଲେ।
from Odisha Reporter https://ift.tt/2Z2V2VV
No comments:
Post a Comment