ସରପଞ୍ଚଙ୍କ ସ୍ୱାମୀଙ୍କ ଉପରକୁ ଗୁଳିମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ସରପଞ୍ଚଙ୍କ ସ୍ୱାମୀଙ୍କ ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼ (ବିଜୟ ବାରୁଆ): ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା କୁରେଇରେ ଗୁଳିମାଡ଼ରେ ଗତ ରାତିରେ ୨ଜଣ ଆହତ ହୋଇଛନ୍ତି ।  କୁରେଇ ପଞ୍ଚାୟତ ଅଫିସ ସମ୍ମୁଖରେ ଏହି ଗୁଳିମାଡ଼ ହୋଇଛି। ଆହତ ୨ଜଣ ହେଲେ କୁରେଇ ସରପଞ୍ଚ ସବିତା ବାରିକ୍‌ଙ୍କ ସ୍ୱାମୀ ହୃଦାନନ୍ଦ ବାରିକ ଓ ତାଙ୍କ ଶିକ୍ଷକ ବନ୍ଧୁ ରଣବୀର ସିଂ ।

ହୃଦାନନ୍ଦ ଗତ ରାତିରେ କୌଣସି କାମରେ ବାହାରକୁ ଯାଇ ଘରକୁ ଫେରୁଥିଲେ। ଏହି ସମୟରେ ବର୍ଷା ହେବାରୁ କୁରେଇ ପଞ୍ଚାୟତ ଅଫିସ ସମ୍ମୁଖରେ ଛିଡ଼ା ହୋଇଥିଲେ। ସେଠାରେ ସେ ନିଜ ବନ୍ଧୁ ରଣବୀରଙ୍କ ସହ କଥା ହେଉଥିଲେ। ଏହି ସମୟରେ ୩ ଯୁବକ୍‌ ଏକ ବାଇକ୍‌ରେ ଆସି ସେଠାରେ ପହଞ୍ଚିଥିଲେ।

ସେମାନଙ୍କ ମଧ୍ୟରୁ ଜଣେ ବାଇକ୍‌ରେ ବସିଥିବା ବେଳେ ଆଉ ୨ ଜଣ ଚାଲି ଚାଲି ଆସି ହୃଦାନନ୍ଦ ଓ  ରଣବୀରଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଭାଗ୍ୟବଶଃତ ଏହା ସେମାନଙ୍କ ଦେହକୁ ଛୁଇଁ ପଳାଇଥିଲା। ଏହାପରେ ସେମାନେ ଆସି ବନ୍ଧୁକରେ ହୃଦାନନ୍ଦଙ୍କ ମୁଣ୍ଡକୁ ଛେଚିଥିଲେ। ହେଲେ ହୃଦାନନ୍ଦ ଓ ରଣବୀର ଚିତ୍କାର କରିବାରୁ ସେମାନେ ବାଇକ୍‌ରେ ଖସି ପଳାଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ପୁଲିସ୍‌ ସେଠାରେ ପହଞ୍ଚି ଉଭୟଙ୍କୁ ପଚରାଉଚରା କରିଛି।  ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ହୃଦାନନ୍ଦଙ୍କୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ଠିକା କାମକୁ ନେଇ ସରପଞ୍ଚଙ୍କ ସ୍ୱାମୀଙ୍କ ଉପରକୁ ଏପରି ଆକ୍ରମଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।



from Odisha Reporter https://ift.tt/33ujLpm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages