ଆସନ୍ନ ପ୍ରସବାଙ୍କୁ ରାସ୍ତା ପାର୍‌ କରାଇଲେ ପୁଲିସ୍‌ ଓ ଓଡ୍ରାଫ୍ ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 11, 2019

ଆସନ୍ନ ପ୍ରସବାଙ୍କୁ ରାସ୍ତା ପାର୍‌ କରାଇଲେ ପୁଲିସ୍‌ ଓ ଓଡ୍ରାଫ୍ ଟିମ୍

ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ବନ୍ୟା ବିଭୀଷିକା । ଜିଲାର ବିଭିନ୍ନ ନଦୀରେ ପାଣି ଉଛୁଳି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  କେଉଁଠି ରାସ୍ତା ଧୋଇ ହୋଇ ଯାଇଛି ତ କେଉଁଠି ପୋଲ ଭାସି ଯାଇଛି। ଏପରି ସ୍ଥିତିରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ଜଣେ ଆସନ୍ନ ପ୍ରସବାଙ୍କ ଜୀବନ ବଞ୍ଚାଇଛନ୍ତି ପୁଲିସ ଓ ଓଡ୍ରାଫ୍ ଟିମ୍ ।

ଖଇରପୁଟ ବ୍ଲକ ମଝିଗୁଡ଼ାରେ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ହେଲେ ବନ୍ୟାରେ ରାସ୍ତା ଧୋଇଯିବାରୁ ମହିଳାଙ୍କୁ କିପରି ଡାକ୍ତରଖାନାରେ ପହଞ୍ଚାଇବେ ପରିବାର ଲୋକଙ୍କୁ ବୁଦ୍ଧି ଜୁଟୁ ନ ଥିଲା।

ଏ  ସମ୍ପର୍କରେ ଖବର ପାଇବା ପରେ ଚିତ୍ରକୋଣ୍ଡା ଏସ୍‌ଡ଼ିପିଓ,  ଅଗ୍ନିଶମ କର୍ମଚାରୀ ଓ ପୁଲିସ କର୍ମଚାରୀ ମିଳିତ ଭାବେ ଗାଁରେ ପହଞ୍ଚି ମହିଳାଙ୍କୁ ରାସ୍ତା ପାର୍ କରାଇଥିଲେ। ସେମାନେ ରଶି ବାନ୍ଧି ମହିଳାଙ୍କୁ ରାସ୍ତା ପାର୍‌ କରାଇଥିଲେ।  ଅଗ୍ନିଶମ କର୍ମଚାରୀ ଓ  ପୁଲିସ୍‌ କର୍ମଚାରୀଙ୍କ ଏଭଳି ମହତ କାମର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଆଉ ସାରା ରାଜ୍ୟରେ ଦୁଇ ବାହିନୀ ପ୍ରତି ପ୍ରଶଂସାର ସୁଅ ଛୁଟିଛି ।



from Odisha Reporter https://ift.tt/2GZjbqc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages