ଡେଙ୍ଗୁ ହେଲେ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 2, 2019

ଡେଙ୍ଗୁ ହେଲେ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ, ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡେଙ୍ଗୁ ଏକ ମଶା ବାହିତ ଜ୍ୱର। ଏହା ଡେଙ୍ଗୁ ଭୂତାଣୁ ଦ୍ୱାରା ହୋଇଥାଏ। ଡେଙ୍ଗୁ ଭାଇରସ୍ ଶରୀରରେ ସଂକ୍ରମିତ ହେବାର ୩ରୁ ୧୪ ଦିନ ପରେ ଏହାର ଲକ୍ଷଣ ଦେଖିବାକୁ ମିଳେ। ଅଧିକ ଜ୍ୱର ହେବା, ମୁଣ୍ଡ ବିନ୍ଧିବା, ବାନ୍ତି ହେବା, ମାଂସପେଶୀ ଓ ଗଣ୍ଠିରେ ଯନ୍ତ୍ରଣା ଏବଂ ଚର୍ମ ଲାଲ୍‌ ପଡ଼ିଯିବା ଆଦି ହେଉଛି ଡେଙ୍ଗୁ ଜ୍ୱରର ଲକ୍ଷଣ। ଡେଙ୍ଗୁ ଜ୍ୱରର କିଛି ପ୍ରତିଷେଧକ ଔଷଧ ବାହାରି ନାହିଁ କି ଏହାର କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ପ୍ରଣାଳୀ ବି ନାହିଁ। ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଦେଖାଯାଉଥିବା ଲକ୍ଷଣକୁ ଦେଖି ଔଷଧ ଦିଆଯାଇଥାଏ। ତେବେ ଏହି ସମୟରେ ରୋଗୀ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇଲେ, ଏହି ଜ୍ୱରରୁ ଶୀଘ୍ର ମୁକ୍ତି ମିଳିବାର ସମ୍ଭାବନା ଥାଏ। ତା’ହେଲେ ଆସନ୍ତୁ ଜାଣି ନେବା ଡେଙ୍ଗୁ ଜ୍ୱରରେ ପୀଡ଼ିତ ରୋଗୀ କ’ଣ ଖାଇବା ଉଚିତ୍ ଓ କ’ଣ ନଖାଇବା ଉଚିତ୍‌।

ଅମୃତଭଣ୍ଡା ପତ୍ର: ଅମୃତଭଣ୍ଡା ପତ୍ରରେ ଥିବା ପାପେନ୍‌ ଓ କିମୋପାପେନ୍‌ ଭଳି ଏନ୍‌ଜାଇମ୍ ଭରପୂର ମାତ୍ରାରେ ଥାଏ। ଏହା ଖାଦ୍ୟ ହଜମ ହେବାରେ ସାହାଯ୍ୟ କରେ। ଏହା ସହିତ ପେଟ ଫମ୍ପେଇବା ଓ ଅନ୍ୟାନ୍ୟ ହଜମ ଜନିତ ସମସ୍ୟାରୁ ରକ୍ଷା କରିଥାଏ। ସେହିଭଳି ମାତ୍ର ୩୦ ମିଲିଲିଟର ଅମୃତଭଣ୍ଡା ପତ୍ର ଜୁସ୍ ଶରୀରରେ ପ୍ଲେଟ୍‌ଲେଟ୍‌ କାଉଣ୍ଟକୁ ବଢ଼ାଇ ଦେଇଥାଏ। ଡେଙ୍ଗୁ ରୋଗୀଙ୍କର ପ୍ଲେଟ୍‌ଲେଟ୍ ସ୍ତର କମିଯାଏ ଓ ଏହା ମାତ୍ରାଧିକ ଖସିଗଲେ ରୋଗୀର ଜୀବନ ପ୍ରତି ବିପଦ ହୋଇଥାଏ। ତେଣୁ ପ୍ଲେଟ୍‌ଲେଟ୍ ବଢ଼ାଇବା ପାଇଁ ଏହା ଏକ ଭଲ ଉପାୟ।

ପଇଡ଼ ପାଣି: ଡେଙ୍ଗୁ ଜ୍ୱର ହେଲେ ଶରୀରରୁ ଜଳୀୟଅଂଶ କମିଯାଏ। ଏଭଳି ସ୍ଥିତିରେ ରୋଗୀକୁ ପଇଡ଼ ପାଣି ଦେବା ଭଲ। ଏହା ଅତିଶୀଘ୍ର କାମ କରିଥାଏ ଓ ଶରୀରରେ ଜଳୀୟଅଂଶର ଅଭାବକୁ ପୂରଣ କରିଥାଏ। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ତ୍ୱ ସହିତ ଇଲେକ୍ଟ୍ରୋଲାଇଟସ୍‌ ଥାଏ।

ମେଥି: ମେଥି ଯନ୍ତ୍ରଣାରୁ ମୁକ୍ତି ଦେବା ସହିତ ଶରୀରର ଉଚ୍ଚ ତାପାମାତ୍ରାକୁ ହ୍ରାସ କରିବାରେ ସାହାଯ୍ୟ କରେ। ଡେଙ୍ଗୁ ଜ୍ୱର ହେଲେ ତାପାମାତ୍ରା ଅଧିକ ରହିଥାଏ ଓ ଶରୀରରେ ଯନ୍ତ୍ରଣା ମଧ୍ୟ ହୋଇଥାଏ। ତେଣୁ ରୋଗୀକୁ ଏହି ସମୟରେ ମେଥିଗୁଣ୍ଡ ଖାଇବାକୁ ଦେଲେ ଭଲ।

ବ୍ରୋକୋଲି: ବ୍ରୋକୋଲିରେ ପ୍ରଚୁର ପରିମାଣରେ ଭିଟାମିନ୍‌ କେ’ ଥାଏ। ଏହା ପ୍ଲେଟ୍‌ଲେଟ୍‌ ବଢ଼ାଇବାରେ ସାହାଯ୍ୟ କରେ। ଯଦି ଡେଙ୍ଗୁ ଜ୍ୱରରେ ପୀଡ଼ିତ ରୋଗୀଙ୍କ ପ୍ଲେଟ୍‌ଲେଟ୍ ବହୁତ ହ୍ରାସ ପାଇଥାଏ, ତା’ହେଲେ ପ୍ରତ୍ୟେକ ଦିନ ତାଙ୍କ ଖାଦ୍ୟରେ ବ୍ରୋକୋଲି ସାମିଲ କରିବା ଉଚିତ୍‌। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡ୍ୟାଣ୍ଟ୍‌ ଓ ମିନେରାଲ୍‌ ଭରି ମଧ୍ୟ ରହିଥାଏ। ଏହା ବି ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ୍ ଉପକାରୀ।

ପାଳଙ୍ଗ ଶାଗ: ପାଳଙ୍ଗ ଶାଗରେ ଭରପୂର ପରିମାଣରେ ଆଇରନ୍‌ ଓ ଓମେଗା-୩ ଫ୍ୟାଟ୍ ଏସିଡ୍‌ ଥାଏ। ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ଏଥିସହ ଏହା ଶରୀରର ପ୍ଲେଟ୍‌ଲେଟ୍‌ କାଉଣ୍ଟ୍‌କୁ ବୃଦ୍ଧି କରିଥାଏ। ତେଣୁ ଡେଙ୍ଗୁ ରୋଗୀକୁ ପାଳଙ୍କ ଶାଗ ଖାଇବାକୁ ଦେଲେ ଭଲ।

କମଳା: ଏଥିରେ ଆଣ୍ଟିଅକ୍ସିଡ୍ୟାଣ୍ଟ୍‌ ଓ ଭିଟାମିନ୍ ସି ପ୍ରଚୁର ପରିମାଣରେ ରହିଛି। ଡେଙ୍ଗୁ ଭୂତାଣୁକୁ ମାରିବାର କ୍ଷମତା ଏହାର ରହିଛି। ତେଣୁ ଡେଙ୍ଗୁ ରୋଗୀଙ୍କୁ କମଳା ଜୁସ୍ ପିଇବାକୁ ଦିଅନ୍ତୁ।

କ’ଣ ଖାଇବେ ନାହିଁ

ତେଲ ଓ ମସଲା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ:  ଡେଙ୍ଗୁ ଜ୍ୱରରେ ପୀଡ଼ିତ ହୋଇଥିଲେ ଆଦୌ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। ଅଧିକ ତେଲ ଯୁକ୍ତ ଖାଦ୍ୟରେ ପ୍ରଚୁର ଫ୍ୟାଟ୍ ଥାଏ, ଯାହା ଉଚ୍ଚ ରକ୍ତଚାପ ଓ ହାଇ କୋଲେଷ୍ଟ୍ରୋଲର କାରଣ ହୋଇଥାଏ। ତା’ସହିତ ଏଭଳି ଖାଦ୍ୟ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ ଏବଂ ଡେଙ୍ଗୁ ସହିତ ଲଢ଼େଇ କରିବାକୁ ଶକ୍ତି ମିଳେ ନାହିଁ। ସେହିଭଳି ଖାଦ୍ୟରେ ଅତ୍ୟଧିକ ମସଲା ବ୍ୟବହାର ହୋଇଥିଲେ ଏହା ଆସିଡିଟିର କାରଣ ହୋଇଥାଏ। ଏହା ସ୍ଥିତିକୁ ଆହୁରି ବିଗାଡ଼ି ଦେଇପାରେ।

ଆମିଷଠାରୁ ଦୂରେଇ ରୁହନ୍ତୁ- ଡେଙ୍ଗୁ ହୋଇଥିଲେ କଦାପି ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ଆପଣଙ୍କ ସ୍ୱସ୍ଥ୍ୟାବସ୍ଥା ଆହୁରି ସଂକଟାପନ୍ନ କରିଦେବ। ଏ ସମୟରେ ଯଥାସମ୍ଭବ କମ୍‌ ତେଲ ଓ ମସଲା ଯୁକ୍ତ ନିରାମିଷ ଖାଦ୍ୟ ହିଁ ଖାଆନ୍ତୁ। ଏହା ସହିତ ତରଳ ଖାଦ୍ୟ ଏବଂ ଉଷୁମ୍ ପାଣି ପିଅନ୍ତୁ। ଥଣ୍ଡା ପାଣି ବଦଳରେ ଉଷୁମ୍ ପାଣି ପିଇଲେ ଭଲ।

 



from Odisha Reporter https://ift.tt/2YFj8tt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages