ମୁମ୍ବାଇ: ଷ୍ଟାଣ୍ଡ୍ଅପ୍ କମେଡିଆନ୍ ତଥା ଅଭିନେତା କପିଲ୍ ଶର୍ମା କୌଣସି ନା କୌଣସି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ଅନେକ ଥର ସୋଶାଲ୍ ମିଡିଆରେ ନିଜ ମତାମତ ରଖି ଟ୍ରୋଲ୍ ମଧ୍ୟ ହୋଇଛନ୍ତି। ଦୁଇ ଦିନ ତଳେ ବି ତାଙ୍କ ସହିତ ଏମିତି କିଛି ଘଟିଥିଲା। ଅଗଷ୍ଟ ୨୨ ତାରିଖରେ ସେ ଏକ ଭିଡିଓ ଶେଆର୍ କରିଥିଲେ। ଏଥିରେ ସେ ପଞ୍ଜାବର ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଆଉ ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ତାଙ୍କୁ ଟ୍ରୋଲ୍ କରିଥିଲେ।
ଏଭଳି ଅପିଲ୍ କରି କପିଲ୍ କିଛି ଭୁଲ୍ କରି ନଥିଲେ। ତା’ହେଲେ ଲୋକେ ତାଙ୍କୁ କାହିଁକି ସମାଲୋଚନା କଲେ? ଲୋକଙ୍କ କହିବା କଥା ହେଲା, କପିଲ୍ କେବଳ ନିଜ ରାଜ୍ୟବାସୀଙ୍କ ପାଇଁ ଏଥିରେ ସାହାଯ୍ୟ ମାଗିଥିଲେ, ଯାହା ଠିକ୍ ନୁହେଁ। କାରଣ ପଞ୍ଜାବ ସହିତ ଆସାମ, ହରିୟାଣା, ମହାରାଷ୍ଟ୍ର ଓ କେରଳ ଆଦି ରାଜ୍ୟରେ ମଧ୍ୟ ବନ୍ୟା ହୋଇଛି। ସେଠିକାର ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ କପିଲ୍ କିଛି କହି ନଥିଲେ।
Punjab floods appeal: pls come forward to support your brothers n sisters 🙏 #punjabfloods #HumanityFirst @Khalsa_Aid @RaviSinghKA @amarpreet_ka pic.twitter.com/b3hEnO5JMY
— Kapil Sharma (@KapilSharmaK9) August 22, 2019
ଲୋକଙ୍କ ଦ୍ୱାରା ଟ୍ରୋଲ୍ ହେବା ପରେ କପିଲ୍ ଏକ ଲମ୍ବା ଚଉଡ଼ା ପୋଷ୍ଟ୍ କରି ସ୍ପଷ୍ଟୀକରଣ ଦେଇଥିଲେ ଓ ଲୋକଙ୍କୁ ସମାଲୋଚନା ମଧ୍ୟ କରିଥିଲେ। ଏଥିରେ ସେ ଲେଖିଥିଲେ ଯେ, ଲୋକଙ୍କ ସମସ୍ୟା ସମ୍ପର୍କରେ ସୂଚନା ଦେବା ପାଇଁ ସେ ଏହି ଭିଡିଓ ରେକର୍ଡ କରିଥିଲେ। ଏଥିରେ କୌଣସି ରାଜ୍ୟକୁ ପ୍ରାଥମିକତା ଦିଆଯାଇ ନଥିଲା। ବନ୍ୟା ପୀଡ଼ିତଙ୍କୁ ସହାୟତା କରିବା ବଦଳରେ କିଛି ବୋକା ଲୋକ ସୋଶାଲ୍ ମିଡିଆରେ ଫାଲ୍ତୁ କମେଣ୍ଟ୍ ଦେଉଛନ୍ତି। ପ୍ରଥମେ ଜଣେ ଭଲ ମଣିଷ ହୁଅନ୍ତୁ ଓ ଲୋକଙ୍କ ସହାୟତା କରନ୍ତୁ ବୋଲି କପିଲ୍ ଏଥିରେ ଲେଖିଥିଲେ। ଏଥିସହ ସେ ମହାରାଷ୍ଟ୍ରର ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଲୋକଙ୍କୁ ଅନୁରୋଧ କରି ଏକ ଭିଡିଓ ଶେଆର୍ କରିଥିଲେ।
Maharashtra flood appeal: pls come forward to support your own people. Jai Hind 🙏 pic.twitter.com/y6jG8oajRM
— Kapil Sharma (@KapilSharmaK9) August 22, 2019
from Odisha Reporter https://ift.tt/2KSEX1d
No comments:
Post a Comment