ବାଲିଗୁଡ଼ା (ଅଜିତ କୁମାର ନାୟକ ) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବେହାଲ ହୋଇ ପଡ଼ିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କ ପକ୍ଷେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ୁଛି।
ବାଲିଗୁଡା ସହରରେ ନୂଆ ସାହି ଓ ଖଜୁରିନାଳ ରାସ୍ତା ଉପରେ ଚାଲୁଛି ଆଣ୍ଠୁଏ ଉପରକୁ ପାଣି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି। ସେହିପରି ବାଟାଗୁଡ଼ା ୫୯ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଧୋଇ ଯାଇଛି। ଏଥିଯୋଗୁ କନ୍ଧମାଳ, କଳାହାଣ୍ଡି ଓ ରାୟଗଡା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି। ଉଭୟ ପଟରେ ଦୀର୍ଘ ସମୟ ଯାନବାହନ ଅଟକି ରହିବା ସହ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
from Odisha Reporter https://ift.tt/2KubFWn
No comments:
Post a Comment