ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟକୁ ଶକ୍ତ ଝଟ୍‌କା: ବିଜେପିରେ ମିଶିଲେ ୧୦ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 13, 2019

ସିକ୍କିମ ଡେମୋକ୍ରାଟିକ ଫ୍ରଣ୍ଟକୁ ଶକ୍ତ ଝଟ୍‌କା: ବିଜେପିରେ ମିଶିଲେ ୧୦ ବିଧାୟକ

ନୂଆଦିଲ୍ଲୀ: ବିଜେପି ଦଖଲରେ ନଥିବା ସିକ୍କିମରେ ଆଜି ଦଳକୁ ବଡ଼ ସଫଳତା ମିଳିଛି। ଏଠାରେ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ସିକ୍କିମ ଡେମୋକ୍ରାଟିକ୍‌ ଫ୍ରଣ୍ଟକୁ ଶକ୍ତ ଝଟ୍‌କା ଲାଗିଛି। ଦଳର ୧୫ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ଆଜି ବିଜେପିରେ ସାମିଲ ହୋଇଛନ୍ତି। ଆଜି ଦିଲ୍ଲୀରେ ଆୟୋଜିତ ମିଶ୍ରଣ ପର୍ବରେ ଏହି ବିଧାୟକମାନେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

ଏହି ସମୟରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ। ଅଧିକ ସମୟ ଶାସନ କରିଥିବା ସରକାରଙ୍କ ମଧ୍ୟରେ ସିକ୍କିମ ଡେମୋକ୍ରାଟିକ୍‌ ଫ୍ରଣ୍ଟର ମୁଖ୍ୟ ପୱନ କୁମାର ଚାମଲିଙ୍ଗ ନାଁ ରହିଛି। ଚାମଲିଙ୍ଗଙ୍କ ନେତୃତ୍ୱରେ ସିକ୍କିମ ଡେମୋକ୍ରାଟିକ୍‌ ଫ୍ରଣ୍ଟ ବାରମ୍ବାର ନିର୍ବାଚନ ଜିତି ଆସୁଥିଲା। ସର୍ବାଧିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବା ରେକର୍ଡ ଚାମଲିଙ୍ଗଙ୍କ ନାଁରେ ରହିଛି।

କିନ୍ତୁ ଏଥର ବିଧାନସଭା ନିର୍ବାଚନରେ ତାଙ୍କ ଦଳକୁ ସିକ୍କିମର ୩୨ଟି ବିଧାନସଭା ଆସନରୁ ୧୫ଟି ଦଖଲ କରିବାକୁ ସୁଯୋଗ ମିଳିଥିଲା। ୧୭ଟି ଆସନ ସହ ସିକ୍କିମ କ୍ରାନ୍ତୀ ମୋର୍ଚ୍ଚା ଏଥର ସରକାର ଗଠନ କରିଛି। ପ୍ରେମ ସିଂହ ତମାଙ୍ଗ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।



from Odisha Reporter https://ift.tt/31yYh91

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages