ଆଣ୍ଟିଗୁଆ: ଭାରତ ଘରୋଇ ଦଳ ଓ୍ୱେଷ୍ଟ ଇଣ୍ଡିଜକୁ ପ୍ରଥମ ଟେଷ୍ଟ ମ୍ୟାଚରେ ବୃହତ ୩୧୮ ରନର ବ୍ୟବଧାନରେ ହରାଇଛି। ଯଶପୀତ ବୁମରାଙ୍କ ଆକ୍ରମଣାତ୍ମକ ବୋଲିଂ ଯୋଗୁ ଭାରତ ଦ୍ୱିତୀୟ ଇନିଂସରେ ଓ୍ୱେଷ୍ଟ ଇଣ୍ଡିଜ ଦଳକୁ ୧୦୦ ରନରେ ଅଲଆଉଟ୍ କରି ଏହି ବିଜୟ ହାସଲ କରିଛି। ଫଳରେ ଭାରତ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତ ଦ୍ୱିତୀୟ ଇନିଂସରେ ୭ଟି ୱିକେଟ ହରାଇ ୩୪୩ ରନ୍ କରି ପାଳି ଘୋଷଣା କରିଥିଲା । ଏହାପରେ ୱେଷ୍ଟ ଇଣ୍ଡିଜକୁ ଜିତିବା ପାଇଁ ୪୧୯ ରନର ଟାର୍ଗେଟ ଦେଇଥିଲା ବିରାଟ ବାହିନୀ। ଏହାପରେ ଓ୍ୱେଷ୍ଟ ଇଣ୍ଡିଜ୍ ମାତ୍ର ୧୦୦ ରନ କରି ଅଲଆଉଟ୍ ହୋଇଯାଇଥିଲା।
ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ବୁମରା ୮ ଓଭରରେ ୪ଟି ମେଡେନ୍ ସହ ମାତ୍ର ୭ ରନ ଦେଇ ୫ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ। ଇଶାନ୍ତ ଶର୍ମା ୯.୫ ଓଭରରେ ୩ଟି ଓ୍ୱିକେଟ୍ ଏବଂ ମହମ୍ମଦ ସାମି ୫ ଓଭର ୨ଟି ଓ୍ୱିକେଟ୍ ଅକ୍ତିଆର କରିଥିଲେ।
ଭାରତୀୟ ପେସ ବାହିନୀର ଚମତ୍କାର ବୋଲିଂ ଆଗରେ ତିଷ୍ଠିପାରି ନଥିଲା। ଦଳ ପକ୍ଷରୁ କେମାର ରୋଚ୍ ସର୍ବାଧିକ ୩୮ ରନ୍ କରିଥିବା ବେଳେ ମିଗୁଏଲ୍ କୁମ୍ମିନ୍ସ ୧୯ ରନ୍ (ଅପରାଜିତ) କରିଥିଲେ। ରୋଷ୍ଟେନ୍ ୧୨ ରନ କରିଥିବା ବେଳେ ଅନ୍ୟ କେହି ଦୁଇ ଅଙ୍କ ଛୁଇଁ ପାରିନଥିଲେ।
ସେହିପରି ଭାରତ ପକ୍ଷରୁ ରାହାଣେ ୧୦୨, ହନୁମା ବିହାରୀ ୯୩, କୋହଲି ୫୧, କେଏଲ ରାହୁଲ ୩୮, ପୂଜାରା ୨୫, ମୟଙ୍କ ଅଗ୍ରଓ୍ୱାଲ୍ ୧୬ ରନ୍ କରିଥିବା ବେଳେ ରିଷଭ ପନ୍ତ ୭ ଏବଂ ଜାଜେଡା ୧ ରନ୍ କରି ନଟ୍ ଆଉଟ୍ ରହିଥିଲେ। ଓ୍ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ସର୍ବାଧିକ ୪ଟି ଓ୍ୱିକେଟ୍ ରୋଷ୍ଟନ୍ ଚେଜ ନେଇଥିବା ବେଳେ କେମାର ରୋଚ୍, ଶାନନ୍ ଗାବ୍ରିଏଲ୍ ଓ ଜେସନ ହୋଲ୍ଡର ଗୋଟିଏ ଲେଖାଏ ଓ୍ୱିକେଟ୍ ନେଇଥିଲେ।
ୱେଷ୍ଟ ଇଣ୍ଡିଜ ନିଜର ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୨୨୨ ରନ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜର ଖେଳାଳିମାନେ ଈଶାନ୍ତ ଶର୍ମାଙ୍କ ଶାଣିତ ବୋଲିଂର ମୁକାବିଲା କରି ନପାରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । ଈଶାନ୍ତ ୧୭ ଓଭର ବୋଲିଂ କରି ମାତ୍ର ୪୩ ରନରେ ୫ଟି ୱିକେଟ୍ ନେଇଥିଲେ । ଯଶପ୍ରୀତ ବୁମରା ଗୋଟିଏ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ ରବୀନ୍ଦ୍ର ଜାଦେଜାଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିଲା।
from Odisha Reporter https://ift.tt/321A2AD
No comments:
Post a Comment