ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୯୮୮ ମସିହରେ ରିଲିଜ୍ ହୋଇଥିଲା ଓଡ଼ିଆ ଫିଲ୍ମ ‘ଲାଲ୍ପାନ୍ ବିବି’। ଏହି ଫିଲ୍ମ ସେତେବେଳେ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏଭର୍ଗ୍ରୀନ୍ ଅଭିନେତ୍ରୀ ମାହେଶ୍ୱତା। ତାଙ୍କୁ ଏଥିରେ ଡବଲ୍ ରୋଲ୍ ବା ଜାଆଁଳା ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ତାଙ୍କ ସହିତ ପ୍ରଶାନ୍ତ ନନ୍ଦ ଥିଲେ। ମାହେଶ୍ୱତାଙ୍କ ଅଭିନୟ ସହିତ ଲୋକେ ଫିଲ୍ମଟିକୁ ମଧ୍ୟ ବେଶ୍ ଭଲ ପାଇଥିଲେ। ଆଉ ଦୀର୍ଘ ୩୧ବର୍ଷ ପରେ ପୁଣି ଥରେ ପରଦାକୁ ଫେରୁଛି ‘ଲାଲ୍ପାନ୍ ବିବି’। ଅବଶ୍ୟ ଏହା ଏକ ଭିନ୍ନ ରୂପରେ ଆସୁଛି।
ସୂଚନା ଅନୁଯାୟୀ, ବଡ଼ ନୁହେଁ, ଛୋଟ ପରଦା ପାଇଁ ଏହି ନାଁରେ ପ୍ରସ୍ତୁତ ହେଉଛି ଏକ ଚଳଚ୍ଚିତ୍ର। ତରଙ୍ଗ ସିନେ ପ୍ରଡକ୍ସନ୍ସ ଏହି ଟେଲି ଫିଲ୍ମର ନିର୍ମାଣ କରୁଛି।
ଏହି ଟେଲି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶ୍ୱିନୀ ଗଡ଼ନାୟକ। ପିଲାମାନେ ବିଦେଶରେ ରହୁଥିବା ବେଳେ ପରିଣତ ବୟସରେ ବାପା ମା’ମାନେ କିପରି ଅସହାୟ ଅବସ୍ଥାରେ ରହି ସଂଘର୍ଷ କରୁଛନ୍ତି, ତାକୁ ନେଇ ଫିଲ୍ମଟିର କାହାଣୀ ଗତିଶୀଳ ହୋଇଛି।
ଏହି ଟେଲି ଫିଲ୍ମରେ ମଧ୍ୟ ମାହେଶ୍ୱତା ରାୟ ଅଭିନୟ କରିଛନ୍ତି। ଫିଲ୍ମଟିର ମୁଖ୍ୟ ଚରିତ୍ରରେ ତାଙ୍କ ସହିତ ମିହିର ଦାସ ଅଭିନୟ କରିଛନ୍ତି। ଫିଲ୍ମର ସଂଯୋଜନା ଦାୟିତ୍ୱରେ ଅଛନ୍ତି ଶରତ ନାୟକ ଓ ଏହାର ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି।
from Odisha Reporter https://ift.tt/2KV8B5J
No comments:
Post a Comment