ନୂଆଦିଲ୍ଲୀ: ଗତକାଲି ରାତିରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇଛି। ଏ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ସୁଷମାଙ୍କ ଶେଷ ଦର୍ଶନ କରିବା ପାଇଁ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ବହୁ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଗହଳି ଲାଗିଛି।
ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସୁଷମାଙ୍କ ବାସଭବନରେ ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ସୁଷମାଙ୍କ ଝିଅ ବାଂଶୁରୀ ଓ ତାଙ୍କ ସ୍ୱାମୀ ସ୍ୱରାଜ କୌଶଲଙ୍କୁ ଭେଟି ସମବେଦନା ଜଣାଇଥିଲେ। ସ୍ୱରାଜ କୌଶଲଙ୍କୁ ଭେଟିବା ବେଳେ ପ୍ରଧାନମନ୍ତ୍ରୀ ଭାବ ବିହ୍ୱଳ ହୋଇଯାଇଥିଲେ ଓ ତାଙ୍କ ଆଖି ଛଳଛଳ ହୋଇଯାଇ ଥିବା ଦେଖିବାକୁ ମିଳିଥିଲା।
PM Shri @narendramodi pays last respects to party’s senior leader and India’s former External Affairs Minister Smt. Sushma Swaraj at her residence. pic.twitter.com/p7atzchHfg
— BJP (@BJP4India) August 7, 2019
ସକାଳ ୧୧ଟା ଯାଏ ଜନସାଧାରଣ ସୁଷମାଙ୍କ ବାସଭବନଠାରେ ତାଙ୍କ ଶେଷ ଦର୍ଶନ କରିପାରିବେ। ଏହାପରେ ସୁଷମାଙ୍କ ମରଶରୀର ବିଜେପି ମୁଖ୍ୟାଳୟକୁ ନିଆଯିବ। ସେଠାରେ ଦଳର ନେତା ଏବଂ କର୍ମୀମାନେ ସୁଷମାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇବେ।
ଏହାପରେ ଅପରାହ୍ଣ ୩ଟା ବେଳକୁ ତାଙ୍କ ମରଶରୀରକକୁ ଲୋଧି ରୋଡ୍ ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
from Odisha Reporter https://ift.tt/2M3C1QX
No comments:
Post a Comment