ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର: ଆଇଆଇସି ୬ ଘଣ୍ଟା ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 15, 2019

ମହଙ୍ଗା ପଡ଼ିଲା ଦୁର୍ବ୍ୟବହାର: ଆଇଆଇସି ୬ ଘଣ୍ଟା ଅଟକ

କେନ୍ଦୁଝର(ପ୍ରଣୟ ପାଣି): ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ଦୁର୍ବ୍ୟବହାର କରି ଗାଁଲୋକଙ୍କ ରୋଷର ଶିକାର ହେଲେ ଆଇଆଇସି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ଜିଲ୍ଲାର ପାଟଣା ଥାନା ଅଧିକାରୀଙ୍କୁ ସାହାରାପଡ଼ା ବ୍ଲକ୍ ଟଭାସୁଆ ଗାଁ ଲୋକେ ୬ ଘଣ୍ଟା ଧରି ଅଟକ ରଖିଥିଲେ।

ସୂଚନା ଅନୁଯାୟୀ,  ଗାଁର  ତିନି ଜଣ ଦଲାଲ ସେହି ଗାଁର  ତିନି ଜଣ ପିଲାଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ତିନି ମାସ ହେବ ବାହାର ରାଜ୍ୟରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ପିଲାମାନଙ୍କ ଖୋଜ ଖବର ନପାଇ ସେମାନଙ୍କ ପରିବାର ଲୋକେ  ଜୁଲାଇ ୨୦ ତାରିଖରେ  ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ କିନ୍ତୁ ଉକ୍ତ ଦଲାଲଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଏମିତିକି ଦଲାଲ ଲଗାତାର ଭାବେ ଅଭିଯୋଗକାରୀଙ୍କ ପରିବାରବର୍ଗଙ୍କୁ ଧମକ ଚମକ ଦେଉଥିଲେ। ଏନେଇ ଗତ ଅଗଷ୍ଟ ୨ ତାରିଖରେ ଉକ୍ତ ପିଲାଙ୍କ ଅଭିଭାବକମାନେ ପାଟଣା ଥାନା ଅଧିକାରୀଙ୍କୁ  ଭେଟିଥିଲେ।

ହେଲେ ଥାନା ଅଧିକାରୀ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ  ଗାଳି ଗୁଲଜ କରି ବିଦା କରିଦେଇଥିଲେ। ଏ ସମ୍ପର୍କରେ ସେମାନେ ସ୍ଥାନୀୟ ବିଧାୟକଙ୍କୁ ଜଣାଇଥିଲେ। ଏହାପରେ ପୁଲିସ୍‌ ଗତକାଲି ଗାଁକୁ ଯାଇ ଘଟଣାର ତଦନ୍ତ କରୁଥିଲା ।  ଆଇଆଇସି ପୁଣି ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରିବାରୁ ଗାଁ ଲୋକେ ମିଳିମିଶି ପୁଲିସ ଜିପ୍ ସହ ଆଇଆଇସିଙ୍କୁ ଅଟକ ରଖିଥିଲେ। ତେବେ ଘଟଣାସ୍ଥଳରେ ବହୁ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାପରେ ୬ ଘଣ୍ଟା ପରେ  ଗାଁଲୋକେ ଆଇଆଇସିଙ୍କୁ ଛାଡ଼ିଥିଲେ।



from Odisha Reporter https://ift.tt/31GMghN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages