ବିଚାରପତିଙ୍କ ଡ୍ରାଇଭରର ପୁଅ ହେଲେ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ବିଚାରପତିଙ୍କ ଡ୍ରାଇଭରର ପୁଅ ହେଲେ ବିଚାରପତି

ନୂଆଦିଲ୍ଲୀ: ସଫଳତା ପାଇଁ ପଇସା ନୁହଁ, ନିଷ୍ଠାର ଆବଶ୍ୟକତା ଥାଏ। ତେଣୁ ପରୀକ୍ଷା ଯେତେ ବଡ଼ ହେଉଥା ନା କାହିଁକି, ଯଦି ନିଜର ସାଧନା ରହିଛି ତାହେଲେ ସଫଳ ହେବା ନିଶ୍ଚିତ। ଏଭଳି ଏକ ପ୍ରେରଣଦାୟକ କାହାଣୀ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଇନ୍ଦୋରର ୨୬ ବର୍ଷୀୟ ଚେତନ ବଜାଡଙ୍କ ପାଖରେ। ଏବେ ସେ ମଧ୍ୟପ୍ରଦେଶ ହାଇକୋର୍ଟ ଅଧୀନରେ ହୋଇଥିବା ବିଚାରପତି ପରୀକ୍ଷା ପାସ୍ କରି ବିଚାରପତି ହୋଇଛନ୍ତି। ଦ୍ୱିତୀୟ ଥର ଏହି ପରୀକ୍ଷା ଦେଇ ଚେତନ ପାସ୍ କରିଛନ୍ତି।

ସୂଚନାଯୋଗ୍ୟ, ଚେତନଙ୍କ ବାପା ଜଣେ ଡ୍ରାଇଭର। ତାଙ୍କ ନାମ ଗୋବର୍ଦ୍ଧନଲାଲ ବଜାଡ। ସେ ଇନ୍ଦୋର ଜିଲ୍ଲା କୋର୍ଟର ବିଚାରପତିଙ୍କ ଗାଡ଼ି ଚଳାଉଥିଲେ। ତାଙ୍କ ଦାଦା ଜିଲ୍ଲା କୋର୍ଟରେ ଜଗୁଆଳୀ ଥିଲେ। ଏବେ ସେ ଅବସର ଗ୍ରହଣ କରି ସାରିଛନ୍ତି।

୨୬ ବର୍ଷୀୟ ଚେତନ କହିଛନ୍ତି ସେ ଏହି ପରୀକ୍ଷା ପାସ୍ କରି ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିଛନ୍ତି। ଓବିସି ଶ୍ରେଣୀର ଚେତନ ଦ୍ୱିତୀୟ ଥର ପ୍ରୟାସରେ ୧୩ ନମ୍ୱର ରାଙ୍କ ରଖି କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ଇନ୍ଦୋରର ଏକ ଘରୋଇ ବିଶ୍ୱବିଦ୍ୟାଳୟରୁ ସେ ଏଲଏଲବି ପାସ୍ କରିଥିଲେ।

ସିଭିଲ୍ ଜଜ୍ କ୍ଲାସ-ଟୁ ପଦ ପାଇଁ  ଅନୁଷ୍ଠିତ ପରୀକ୍ଷାରେ ସେ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାରରେ ୪୫୦ରୁ ୨୫୭.୭ ଅଙ୍କ ରଖିଥିଲେ। ସେ କହିଛନ୍ତି। “ତାଙ୍କ ବାପା ଗୋବର୍ଦ୍ଦନଲାଲ ବଜାଡ ଇନ୍ଦୋର ଜିଲ୍ଲା ଅଦାଲତରେ ଜଣେ ଡ୍ରାଇଭର ଥିଲେ। ତାଙ୍କ ଦାଦା ହରିରାମ ବଜାଡ ସେହି ଅଦଲାତରେ ଜଗୁଆଳୀ ଥିଲେ।

ଚେତନ ଆହୁରି କହିଛନ୍ତି, ତାଙ୍କ ତିନି ଭାଇଙ୍କ ମଧ୍ୟରୁ ଜଣେ ବିଚାରପତି ହୁଅନ୍ତୁ ବୋଲି ତାଙ୍କ ବାପାଙ୍କ ସ୍ୱପ୍ନ ଥିଲା। ପୂର୍ବରୁ ତାଙ୍କର ଦୁଇ ଭାଇ ବିଚାରପତି ହେବା ପାଇଁ ପରୀକ୍ଷା ଦେଇଥିଲେ ମଧ୍ୟ ସେମାନେ ଅସଫଳ ହୋଇଥିଲେ। ଏବେ ସେମାନେ ଓକିଲାତି କରୁଛନ୍ତି। ତାଙ୍କ ବାପା ହେଉଛନ୍ତି ତାଙ୍କର ଆଦର୍ଶ। ଆସନ୍ତା ବର୍ଷ ତାଙ୍କ ବାପା ଅବସର ନେବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କର ଏହି ସଫଳତା ତାଙ୍କ ବାପାଙ୍କୁ ଅଧିକ ଖୁସି କରାଇଛି ବୋଲି ଚେତନ କହିଛନ୍ତି।



from Odisha Reporter https://ift.tt/2L79GGx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages