ପ୍ରକୃତିଙ୍କୁ ଆଉ ଏକ ସଫଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 25, 2019

ପ୍ରକୃତିଙ୍କୁ ଆଉ ଏକ ସଫଳତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଫଳତାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଛି। ‘ଏମ୍‌ ଟିଭି’ରେ ପ୍ରସାରିତ ହେଉଥିବା ରିଆଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେଶ୍‌-୨’ରେ ସେ ସାମିଲ ହୋଇଛନ୍ତି। ଆଉ ଏହା କିଛି କମ୍ ବଡ଼ କଥା ନୁହେଁ। ଖାସ୍ ସେଥିପାଇଁ ତ ପ୍ରକୃତି ବେଶ୍ ଖୁସି ଓ ଉତ୍ସାହିତ ଅଛନ୍ତି।

ଏ ସଂପର୍କିତ ସୂଚନା ନିଜେ ପ୍ରକୃତି ଶେଆର୍ କରିଛନ୍ତି। ସେ ତାଙ୍କ ସୋଶାଲ୍ ମିଡିଆ ଆକାଉଣ୍ଟରେ ଏହି ସୂଚନା ଦେଇ କହିଛନ୍ତି,‘ଏହି ପ୍ରୋଜେକ୍ଟ  ମୋ ପାଇଁ ଏକ ସ୍ୱପ୍ନ ଥିଲା। ଆଉ ସେ ସ୍ୱପ୍ନ ଏବେ ସତ ହୋଇଛି।”

ପ୍ରକୃତିଙ୍କ ଏହି ପୋଷ୍ଟ୍‌ ପଢ଼ି ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇ ପ୍ରତିକ୍ରିୟା ଦେଇଛନ୍ତି।

ସୂଚନାଯୋଗ୍ୟ, ‘ଏସ୍‌ ଅଫ୍‌ ସ୍ପେଶ୍‌-୨’ ରିଆଲିଟି ଶୋ ଗତକାଲିଠୁ ଆରମ୍ଭ ହୋଇଛି। ଏହି ଶୋ କିଛି ଅତିଥିଙ୍କୁ ନେଇ ହୋଇଥାଏ। ଶୋର ନିୟମ ଅନୁଯାୟୀ, କିଛି ଘର ରହିଥାଏ ଏବଂ ସେହି ଘରେ ପ୍ରତିଯୋଗୀ ମାନେ ଅତିଥି ଭାବେ ରହନ୍ତି। ଶୋ’ ଯେତେ ଆଗକୁ ବଢ଼େ ଘର ସେତେ ଛୋଟ ହେବାକୁ ଲାଗେ। ଆଉ ଯିଏ ସବୁଠୁ ଅଳ୍ପ ଜାଗାରେ ରହିପାରନ୍ତି, ସେ ବିଜୟୀ ହୁଅନ୍ତି। ଏଥିପାଇଁ ଅତିଥିମାନେ ବିଭିନ୍ନ କୌଶଳ ଅବଲମ୍ବନ କରନ୍ତି। ଏହା ସହିତ ଏଥିରେ ସେମାନଙ୍କୁ ଆଉ କିଛି ଟାକ୍ସ ମଧ୍ୟ ଦିଆଯାଏ। ସେଗୁଡ଼ିକୁ ମଧ୍ୟ ମୂଲ୍ୟାୟନ କରାଯାଏ। ଏଥିରେ ଲୋକଙ୍କ ଭୋଟ୍‌କୁ ମଧ୍ୟ ସାମିଲ କରାଯାଇଛି। ଶୋ’ରେ ଏମିତି କିଛି ହେଉଥିବା ବେଳେ ପ୍ରକୃତି ଏଥିରେ ସାମିଲ ହୋଇଛନ୍ତି। ଆଜି ସେ ଘରେ ଅର୍ଥାତ୍ ଶୋ’ରେ ଅତିଥି ଭାବେ ପ୍ରବେଶ କରିବେ।

ପ୍ରକୃତି ମିଶ୍ରଙ୍କ ସହ ଏଥର ଶୋ’ରେ ବିଗ୍‌ ବସ୍‌ ଫେମ୍‌ ଦୀପକ ଠାକୁର, ଅଷ୍ଟ୍ରେଲିଆ ମଡେଲ୍‌ ଲୁସିଣ୍ଡା, ଟେଲିଭିଜନ୍ ଅଭିନେତ୍ରୀ କ୍ରିସନ୍‌ ବରେଟୋ, ‘ସ୍ପିଲ୍‌ଟ୍‌ଭିଲ୍ଲା’ ଫେମ୍‌ ବସିର୍‌ ଅଲ୍ଲୀ ଓ ସାରା ଅଲ୍ଲୀ ଖାନ୍‌ଙ୍କ ଜିମ୍‌ ଦୋସ୍ତ ଆଲେକ୍ସ ପ୍ରମୁଖ ସାମିଲ୍‌ ହୋଇଛନ୍ତି।

ଏହି ଶୋ’ର ହୋଷ୍ଟ୍‌ ଅଛନ୍ତି ‘ବିଗ୍‌ ବସ୍‌’ର ମାଷ୍ଟର୍‌ ମାଇଣ୍ଡ୍‌ ବିକାଶ ଗୁପ୍ତା। ‘ଏସ୍‌ ଅଫ୍‌ ସ୍ପେଶ୍‌-୨‘ ପ୍ରତିଦିନ ସନ୍ଧ୍ୟା ୬ଟାରେ ଏମ୍‌ଟିଭିରେ ପ୍ରସାରଣ ହେବ।

ସୂଚନାଯୋଗ୍ୟ, ପ୍ରକୃତି ଅନେକ ଓଡ଼ିଆ ଫିଲ୍ମ ସହିତ ଗୋଟିଏ ହିନ୍ଦୀ ‍ଫିଲ୍ମରେ ଅଭିନୟ କରିଛନ୍ତି। ଏହା ସହିତ ସେ ‘ଜୟ କହ୍ନେୟା ଲାଲ୍ କି’ ଓ ‘ବିଟ୍ଟି ବିଜ୍‌ନେସ୍ ୱାଲି’ ଭଳି ହିନ୍ଦୀ ଧାରାବାହିକରେ କାମ କରିଛନ୍ତି। ଓଡ଼ିଆ ଫିଲ୍ମ ‘ହେଲୋ ଆର୍‌ସି’ ପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

 



from Odisha Reporter https://ift.tt/2Hm5UYD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages